ବଲାଙ୍ଗୀର, ୨୩/୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଦଶମ ଆୟୁର୍ବେଦ ଦିବସ ବୁଧବାର ପାଳିତ ହୋଇଯାଇଛି । କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ଓ ରାଜ୍ୟ ଆୟୁଷ ଆୟୁଷ ନିର୍ଦେଶାଳୟ ସହ ଯୋଗରେ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ମନୋଜ କୁମାର ସାହୁ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଦ୍ୱାରା ଜନସାଧାରଣଙ୍କ ପାଇଁ ଆୟୁର୍ବେଦୀୟ ଖାଦ୍ୟଦ୍ରବ୍ୟକୁ ନେଇ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ପରିସରରେ ଖାଦ୍ୟମେଳା ଅନୁଷ୍ଠିତ ହୋଇଥିଲା। ଏହାର ପ୍ରସ୍ତୁତି ତଥା ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଡାକ୍ତରୀ ଛାତ୍ରୀଛାତ୍ରମାନେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଡାକ୍ତର, କର୍ମଚାରୀ, ଛାତ୍ରୀଛାତ୍ର ସାମିଲ ହୋଇଥିଲେ।