ଦାରିଙ୍ଗବାଡି, ୫ /୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘନ କୁହୁଡି ଯେମିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି ଜାଡ଼ ମଧ୍ୟ କୁହୁଡି ସକାଶେ ଦ୍ବିଗୁଣିତ ହୋଇପଡିଛି । ବିଳମ୍ବିତ ରାତିଠାରୁ ସକାଳ ୯ ଟା ପର୍ଯ୍ୟନ୍ତ ଘନ କୁହୁଡି ଆଚ୍ଛାଦିତ ହୋଇରହୁଛି। ଗାଡି ମୋଟର ଯାତାୟାତରେ ସମସ୍ୟା ଦେଖାଯାଇଛି। ପ୍ରବଳ ଜାଡ଼ ଯୋଗୁ ଲୋକ ଖରା ବାହାରିଲେ ହିଁ ବାହାରକୁ ବାହାରୁଛନ୍ତି ସେପଟେ ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହାରିବା କୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ତେବେ ବର୍ଷର ପ୍ରଥମ ରବିବାର ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା କୁହାଯାଉଛି ସୋମବାର ସକାଳ ଠାରୁ ଦାରିଙ୍ଗବାଡି ରେ ପର୍ଯ୍ୟଟକଙ୍କ ଆସିବା ସାମାନ୍ୟ କମିଛି। ସୋମବାର ମଧ୍ୟ ପୂର୍ବ ଦିନ ଭଳି ୧୦ ଡିଗ୍ରୀ ତାପମାତ୍ରା ରହିଛି।