FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ,ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

କୋଟପାଡ଼,୧୭ା୭(ରାଜଶେଖର): କୋଟପାଡ଼ କଂଗ୍ରସ କମିଟି ଛତିଶଗଡ଼ ଓଡ଼ିଶା ଜାତୀୟ ରାଜପଥ ୬୩ ଫାଟକ ନିକଟରେ ପ୍ରତିବାଦ, ଶତାଧିକ ଭାରୀଯାନ ରାସ୍ତା ଦୁଇ ପାର୍ଶ୍ୱରେ ଅଟକିଛି l ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତିକୁ ନେଇ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ସହ ରାଜ୍ୟ ସରକାରଙ୍କ ଅପାରଗତ ପଦକ୍ଷେପ ଯୋଗୁ ଏଭଳି ପରିସ୍ଥିତି, ରାଜ୍ୟରେ ଆଇନଶୃଙ୍ଖଳା, ଓ ନାରୀ ନିର୍ଯାତନା ଦିନକୁ ଦିନ ବଢ଼ିଚାଲିଛି।

ଏଥିନିମନ୍ତେ ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ପାଇଁ ଓଡ଼ିଶା ଜାତୀୟ କଂଗ୍ରେସ ଡାକରା କ୍ରମେ ଆଜି ଓଡିଶା ବନ୍ଦ କାର୍ଯ୍ୟକ୍ରମରେ କୋଟପାଡ଼ କଂଗ୍ରେସ ପୂର୍ଣ୍ଣ ସହଯୋଗ କରିଥିବାରୁ ଗୁରୁବାର ସକାଳ ୭ରୁ ସନ୍ଧ୍ୟା ୭ପର୍ଯ୍ୟନ୍ତ ଜାତୀୟ ରାଜପଥ ଅଭରୋଧ କରାଯାଇଛି। ଏଥିରେ କୋଟପାଡ଼ କଂଗ୍ରେସ ଦଳର ପିସିସି ସଦସ୍ୟ ମଣି ପଟ୍ଟନାୟକ, ମନୋହର ବିଷୋୟୀ, ଶଙ୍କର ପଣ୍ଡା, ଅନାମୁ ଦିଆନ, ପ୍ରକାଶ ମହାନ୍ତି, ମୁନ୍ନା ଖାନ, ଏନ୍‌ଇସି ଅଧ୍ୟକ୍ଷ ଏମ୍‌ ଶଙ୍କର ରାଓ ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।