ବିଶ୍ୱ ବିଜେତା ହୋଇ ଘରକୁ ଫେରିଲେ ହିଟ୍‌ମ୍ୟାନ୍‌, ଫୁଲ ବିଛାଇ ସ୍ବାଗତ କଲେ…

ନୂଆଦିଲ୍ଲୀ,୫।୭: ଟିମ୍‌ ଇଣ୍ଡିଆ ଅଧିନାୟକ ଭାବେ ବିଶ୍ୱକପ୍‌ ଜିତି ଘରକୁ ଫେରିବା ପରେ ରୋହିତ ଶର୍ମାଙ୍କୁ ଭବ୍ୟ ସ୍ବାଗତ ମିଳିଛି। ଏଥିଲାଗି ପ୍ରାୟ ୧ ମାସରୁ ଅଧିକ ସମୟ ବାହାରେ ରହିଥିଲେ ସେ। ଏଣୁ ଯେତେବେଳେ ସେ ଘରକୁ ଫେରିଥିଲେ, ଫୁଲ ବିଛାଯାଇ ତାଙ୍କର ସ୍ବାଗତ କରାଯାଇଥିଲା। ଏପରିକି ତାଙ୍କ ପିଲାଦିନର ବନ୍ଧୁମାନେ ସ୍ବତନ୍ତ୍ର ଢ଼ଙ୍ଗରେ ତାଙ୍କୁ ସରପ୍ରାଇଜ୍‌ ଦେଇଥିଲେ।

‘କ୍ରିକେଟର ହିଟ୍‌ମ୍ୟାନ୍‌’ଙ୍କୁ ବିଶ୍ୱ ବିଜେତା ହେବା ନେଇ ଦେଶର ପ୍ରତିଟି କ୍ରିକେଟପ୍ରେମୀ ଭଲପାଇବା ଦେଉଛି। ଏମିତିରେ ତାଙ୍କ ପରିବାର ପଛରେ ରହିନାହିଁ। ଏବେ ତାଙ୍କ ଅଫିସିଆଲ ପିଆର୍‌ ଆକାଉଣ୍ଟରୁ ଏକ ଫଟୋ ପୋଷ୍ଟ କରାଯାଇଛି। ଫଟୋରେ ରୋହିତଙ୍କୁ ସ୍ବାଗତ କରିବା ଲାଗି ରାସ୍ତାରେ ଫୁଲ ସିଞ୍ଚନ କରାଯାଇଥିବା ଦେଖାଯାଇଛି। ସେ ମୁହଁରେ ହସ ନେଇ ଛିଡ଼ା ହୋଇଥିବା ବେଳେ ‘ହୋମ ସୁଇଟ୍‌ ହୋମ୍‌’ ଲେଖାଯାଇଛି।

ସେହିଭଳି ରୋହିତଙ୍କୁ ବନ୍ଧୁମାନେ ବିମାନବନ୍ଦରରେ ଟ୍ରଫି ଆଣିବା ସମୟର ସେଲିବ୍ରେଶନର କପି କରିଥିଲେ। ଏହାପରେ ରୋହିତଙ୍କୁ ସମସ୍ତେ କାନ୍ଧରେ ଉଠାଇ ଓ୍ବେଲକମ୍‌ କରିଥିଲେ।

Share
Tags: Sports News