ବୈତରଣୀରେ ବନ୍ୟା ଆଶଙ୍କା: ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନର ଘୋଷଣା

ଭଦ୍ରକ ଅଫିସ,୨୭ା: ବାତ୍ୟା ‘ୟାସ୍‌’ର ତାଣ୍ଡବ ଯୋଗୁ ବୈତରଣୀରେ ବନ୍ୟା ଜଳ ଧୀରେ ଧୀରେ ଫୁଲିବାରେ ଲାଗିଛି। ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଧାମନଗର, ଭଣ୍ଡାରିପୋଖରୀ ବ୍ଲକ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଗୁରୁବାର ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଘୋଷଣା କରାଯାଇଛି।

Share