ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି: ଦୁର୍ଘଟଣା ପରେ ଉଡାଣ ସେବା ବନ୍ଦ

ଡେରାଡୁନ,୧୮।୧୦: ଉତ୍ତରାଖଣ୍ଡ କେଦାରନାଥରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। କେଦାରନାଥରୁ ଫାଟା ଫେରୁଥିବା ଏକ ହେଲିକପ୍ଟର କ୍ରାଶ୍‌ ହୋଇଯାଇଛି। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ପାଇଲଟ ସମେତ ୭ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିଶେଷ ମୁଖ୍ୟ ସଚିବ ଅଭିନବ କୁମାର ସ୍ପଷ୍ଟ କରିଛନ୍ତି। ଏହି ଦୁର୍ଘଟଣା କେଦାରନାଥରୁ ପ୍ରାୟ ୨ କିଲୋମିଟର ଦୂର ଗରୁଡଚୁଟିରେ ହୋଇଛି। ଖରାପ ପାଣିପାଗ ଯୋଗୁ ହେଲିକପ୍ଟର କ୍ରାଶ୍‌ ହୋଇଥିବା କୁହାଯାଉଛି। ଅନ୍ୟପଟେ ଦୁର୍ଘଟଣା ପରେ ସମସ୍ତ ଉଡାଣ ସେବାକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି।