ଛତ୍ରପୁର, ଦିଲ୍ଲୀପ ସାମଲ ୧୫/୯: ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସମାଜ ଗଠନ ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୫ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ସମ୍ମାନଜନକ ‘ରୋଟାରୀ ରାଷ୍ଟ୍ର ନିର୍ମାତା’ ସମ୍ମାନ ପ୍ରଦାନ କରାଯାଇଛି। ଛତ୍ରପୁର ପିଲିବନ୍ଧ ରୋଡସ୍ଥିତ କ୍ଲବର ନିଜସ୍ବ ପରିସରରେ ସଭାପତି ତଥା ହାଇକୋର୍ଟ ଆଡ଼ଭୋକେଟ ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଉପରେ କହିଥିଲେ। ଏହା ସେ କାର୍ଯ୍ୟକ୍ରମ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ, ଏହି ଅବସରରେ ୫ ଜଣ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ମୁଖ୍ୟ ଅତିଥି ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ। କ୍ଳବର ସମ୍ପାଦକ ଡମ୍ବୁରୁଧର ସାହୁ ଅତିଥିମାନଙ୍କୁ ସ୍ବାଗତ କରିଥିଲେ, ରୋଟାରିୟନ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ସାମନ୍ତରାୟ, ନିରଞ୍ଜନ ପାତ୍ର, ଡ଼ଃ ବିମଳ ପ୍ରସାଦ ସାହୁ, ଦ୍ବାରିକା ପ୍ରସାଦ ପଟ୍ଟନାୟକ, ସୁରଜିତ ସାମନ୍ତ ରାୟ, ସୁଜିତ ପଟ୍ଟନାୟକ, ଏସ. ରେଖା ମହାନ୍ତି, ଏମ ଧନଞ୍ଜୟ ରେଡ୍ଡୀ, ସ୍ବାଗତିକା ସାମନ୍ତରାୟ, ଇଂ. ରାଜକିଶୋର,ଏମ ବାସୁଦେବ ରାଓ ଓ ଇ ନାଗେଶର ରାଓଙ୍କ ସମେତ ଅନ୍ୟାନ୍ୟ ସଭ୍ୟ/ସଭ୍ୟାମାନେ ଯୋଗଦେଇ ବିଭିନ୍ନ ମାପଦଣ୍ଡକୁ ଭିତ୍ତିକରି ସମ୍ମାନିତ କରାଯାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଉପରେ ନିଜ ନିଜ ଅଭି ଭାଷଣ ରଖିଥିଲେ। ଶେଷରେ ସମ୍ପାଦକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।