ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା: ତଳେ ବହୁ ଲୋକ ଚାପି ହୋଇଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

ଗାନ୍ଧୀନଗର,୬ା୭: ଗୁଜରାଟର ସୁରଟରେ ଶନିବାର ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ଅନେକ ଲୋକ ଏହା ତଳେ ଫସି ରହିଥିବା ଅନୁମାନ କରାଯାଉଛି।
ସୂଚନା ଦେଇ ସ୍ଥାନୀୟ ଅଧିକାରୀ କହିଛନ୍ତି , ଏହି ଘଟଣା ସୁରଟର ଜିଆଇଡିସି ଅଞ୍ଚଳରେ ଘଟିଛି। ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସମସ୍ତ ଦଳ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।