ବ୍ୟାପମ୍‌ ଦୁର୍ନୀତିରେ ୫ ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡ

ଭୋପାଳ,୨୯।୯: ବ୍ୟାପମ୍‌ ଦୁର୍ନୀତି ମାମଲାରେ ଭୋପାଳର ଏକ ସ୍ବତନ୍ତ୍ର ସିିବିଆଇ କୋର୍ଟ ଗୁରୁବାର ୫ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୭ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ କୋର୍ଟ ୧୦ ହଜାର ଟଙ୍କା ଲେଖାଏ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷେ ଉପଯୁକ୍ତ ତଥ୍ୟ ପ୍ରମାଣ ଅଭାବରୁ ଅନ୍ୟ ୨ ଅଭିଯୁକ୍ତଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ମଧ୍ୟପ୍ରଦେଶରେ ହୋଇଥିବା ପୋଲିସ କନ୍‌ଷ୍ଟେବଲ ନିଯୁକ୍ତି ଦୁର୍ନୀତିରେ ଅଭିଯୁକ୍ତମାନେ ସମ୍ପୃକ୍ତ ଥିଲେ। ଲାଞ୍ଚ ଦେଇଥିବା ପ୍ରାର୍ଥୀଙ୍କୁ ପରୀକ୍ଷା ବେଳେ କପି କରିବା ପାଇଁ ସ୍ବତନ୍ତ୍ର ସିଟ୍‌ ବ୍ୟବସ୍ଥା କରାଯାଇଥିଲା।