ମିଳିଥିବା ସୂଚନା ମୁତାବକ, ବାରିପଦାରୁ ଏକ ମାଲବାହୀ ଅଟୋ (ନଂ ଓଡି୦୧ ୱାଇ ୯୭୫୦) ଆସୁଥିବା ବେଳେ ସମାନ ଦିଗରେ ଭୁଲ ରାସ୍ତାରେ(ରଙ୍ଗ୍ ରୁଟ୍) ଏକ ଯାତ୍ରୀବାହୀ ଅଟୋ ନଂ (ଓଡି୦୧ ବିଏ ୭୮୧୮) ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଅଟୋ ଦୁଇଟି ସାମ୍ନା ସାମ୍ନି ହୋଇଯିବା ପରେ ଭାରସାମ୍ୟ ହରାଇ ପରସ୍ପରକୁ ଧକ୍କା ଦେଇଥିଲେ। ଖବରପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କ ଅବସ୍ଥା ଗୁରୁତର ଗୁରୁତର ଥିବା ଦେଖି ସେମାନଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ଅନ୍ୟ ଦୁଇ ଜଣଙ୍କ ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ତେବେ ପାଞ୍ଚ ଜଣଙ୍କ ମଧ୍ୟରୁ ମୀନା ଦେହୁରୀ, ବୁଧିଆ ଦେହୁରୀ , ରମେଶ ଜେନା ଗୁରୁତର ଥିବା ବେଳେ ୪୧ ବର୍ଷିୟା ବୀଣା ଦେହୁରୀ ଓ ୩୫ ବର୍ଷିୟା ସୁଭଦ୍ରା ଜେନାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।