ଭାରତ ବନ୍ଦକୁ ସମର୍ଥନ ଜଣାଇ କେସିଙ୍ଗାରେ ୫ଘଣ୍ଟିଆ ରାସ୍ତାରୋକୋ

କେସିଙ୍ଗା,୨୫।୫(ଡି.ଏନ୍‌.ଏ): ଅଲ୍‌ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲା କେସିଙ୍ଗା ଶାଖା ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ ଜଣାଇ ୫ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବୁଧବାର ସକାଳେ ଆମ୍ବେଦକର ଛକ ନିକଟରେ ୬ଟାରୁ ୧୧ଟା ଯାଏ ରାସ୍ତା ଅବରୋଧ କରାଯାଇଥିଲା। ୧୦ଦଫାକୁ ନେଇ ଏହି ରାସ୍ତାରୋକୋ କରାଯାଇଥିଲା। ଏହି ଆନ୍ଦୋଳନରେ ସଂଘର ସଭାପତି ବିଷ୍ଣୁ ମଙ୍ଗରାଜ, ସମ୍ପାଦକ ସନ୍ତୋଷ ମଙ୍ଗରାଜ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଲବ କରୁଆ, ରାଷ୍ଟ୍ରୀୟ ମୂଳ ନିବାସି ମହିଳା ସଙ୍ଘର ଜିଲା ମହିଳା ସଭାନେତ୍ରୀ ଅଞ୍ଜୁ କୁମାର, ଅବସର ସରପଞ୍ଚ, ୱାର୍ଡ଼ ମେମ୍ବର, ସମାଜସେବୀ ସମେତ ଶତାଧିକ କର୍ମୀମାନେ ସାମିଲ ହୋଇ ଜାତୀୟ ରାଜପଥ-୨୬ ରାସ୍ତା ଅବରୋଧ କରିଥିଲେ। ତେବେ କେସିଙ୍ଗା ସହରର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଓ ହସ୍ପିଟାଲ ଖୋଲାରହିଥିଲା।