ଛତ୍ରପୁର,୯ା୧(ଦିଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଅଞ୍ଚଳର ଏକ ଅତର ଭାଟିରୁ ଚୋରି ଅଭିଯୋଗରେ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମାଟିଖାଲ ଅଞ୍ଚଳର ମିଟୁ ପ୍ରଧାନ, କଣମଣା ଅଞ୍ଚଳର ଏସ. ମୋହନ ରେଡ୍ଡୀ, ଏସ. ଗୋବିନ୍ଦ ରେଡ୍ଡୀ, ଛତ୍ରପୁର ଅଞ୍ଚଳର ଯୀଶୁ ସ୍ବାଇଁ ଓ ସନୋଜ କୁମାର ।
ସୂଚନା ପ୍ରକାରେ ଅତର ଭାଟିରୁ କିଛିଦିନ ତଳେ ମୋଟର ପମ୍ପ, ତମ୍ବା ତାର ଓ ତମ୍ବା ଘୋଡଣି ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ତଦନ୍ତ ଅଧିକାରୀ ଅଭିଜିତ ସାମଲ ସୂଚନା ଦେଇଛନ୍ତି।