୧ ମିନିଟ୍‌ରେ ୩୪ଥର ପୁଲ୍‌ଅପ୍ସ ମାରି ବିଶ୍ୱ ରେକର୍ଡ ହାସଲ କଲେ ଏହି ମହିଳା

ଆମେରିକାର ପଶ୍ଚିମ ଭର୍ଜିନିଆରେ ରହୁଥିବା ଫିଟ୍‌ନେସ୍‌ ଟ୍ରେନର୍‌ ରୂପା ହୁଲେଟ୍‌ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି। ସେ ଗୋଟିଏ ମିନିଟ୍‌ରେ ୩୪ଥର ପୁଲ୍‌ଅପ୍ସ୍‌ ମାରିବାର କାରନାମା କରିଛନ୍ତି। ଲକ୍‌ଡାଉନ୍‌ରେ ସ୍ବାମୀଙ୍କ ସହ ଟାଇମ୍‌ପାସ୍‌ କରିବା ପାଇଁ ଏକ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ୍‌ କରିଥିଲେ ୪୩ ବର୍ଷୀୟା ରୂପା। ଏହାପରେ ସେ ଫିଟ୍‌ନେସ୍‌ ରେକର୍ଡ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଲକ୍‌ଡାଉନ୍‌ ସେ ପ୍ରତିଦିନ ୧୦୦ଥର ପୁଲଅପ୍ସ ମାରୁଥିଲେ। ଏଥିରେ ତାଙ୍କ ଫିଟ୍‌ନେସ୍‌ ଜବରଦସ୍ତ ସୁଧାର ହୋଇଥିଲା। ଏହାଦେଖି ସେ ବିଶ୍ୱ ରେକର୍ଡ ହାସଲ ପାଇଁ ଯୋଜନା କରିଥିଲେ। ଅନେକଥର ସେ ରେକର୍ଡ ପାଇଁ ପୁଲଅପ୍ସ ମାରିଥିଲେ। ପ୍ରତ୍ୟେକଥର ବିଫଳ ହୋଇଥିଲେ। କିନ୍ତୁ ଶେଷଥର ପାଇଁ ଏକ ମିନିଟ୍‌ରେ ୩୪ଥର ପୁଲଅପ୍ସ ମାରି ରେକର୍ଡ ହାସଲ କରିଥିଲେ। ଜଣେ ଫିଟନେସ ପ୍ରଶିକ୍ଷକ ହେବା ବ୍ୟତୀତ ରୂପା ମଧ୍ୟ ଜଣେ ସଫଳ କର୍ପୋରେଟ ମହିଳା। ସେ ଜଣେ ପେସାଦାର କୋଡର୍‌। ନିଜ ରେକର୍ଡରେ ରୂପା ବେଶ୍‌ ଖୁସି ଅଛନ୍ତି।