ମାଡ଼ ହେଲା ଉଚ୍ଚ ଜୁଆର, ଓଲଟି ପଡ଼ିଲା ଡ଼ଙ୍ଗା; ବି.ଜେଙ୍ଗମେୟା ନିଖୋଜ

ଗୋପାଳପୁର,୨୦ା୫(ନବୀନ ରାଜ ଆଚାରୀ): ଗୋପାଳପୁର ମତ୍ସ୍ୟ ଅବତରଣ କେନ୍ଦ୍ର ନିକଟରେ ମଙ୍ଗଳବାର ଭୋରରେ ସମୁଦ୍ରରେ ଏକ ଡଙ୍ଗା ଓଲଟି ପଡିବାରୁ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ବେଳେ ୪ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନିଖୋଜ ବ୍ୟକ୍ତି ଜଣକ ହେଲେ ଗୋପାଳପୁର ଏନଏଏସି ଅଞ୍ଚଳର ବି.ଜେଙ୍ଗମେୟା (୩୮)। କାତ ଡଙ୍ଗାରେ ମାଛ ମାରିବାକୁ ବି.ଜେଙ୍ଗମେୟାଙ୍କ ସମେତ ବି.ବାସୁ,ଏ.ଚିନା,କେ.ଚି଼ନେୟା ଓ ପି.ସୀମାଦ୍ରି ସମୁଦ୍ର ଭିତରକୁ ଯାଉଥିବା ବେଳେ ପ୍ରାୟ ୧୦୦ ମିଟର ଦୂରରେ ଉଚ୍ଚ ଜୁଆର ମାଡ଼ ହେବାରୁ ଡ଼ଙ୍ଗାଟି ଓଲଟିଯାଇଥିଲା l ୪ ପହଁରି ପହଁରି କୂଳକୁ ଆସିଥିବା ବେଳେ ବି.ଜେଙ୍ଗମେୟା ନିଖୋଜ ଥିବା ନେଇ ତାଙ୍କ ସ୍ତ୍ରୀ ବି.ପୋତାମ୍ମା ଗୋପାଳପୁର ଥାନାରେ ଅଭିଯୋଗ ଜଣାଇଛନ୍ତି।

Share
Tags: ganjam