ସ୍ନାତକୋତ୍ତର ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢା ଆରମ୍ଭ

ଖଡ଼ିଆଳ,୧୧ା୭ (ସୁଜିତ କୁମାର ପ୍ରଧାନ)- ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ନିୟମ ଅନୁସାରେ ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଶୁକ୍ରବାର ଯୁକ୍ତ ୩ ଓ ସ୍ନାତକୋତ୍ତର ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢା ଆରମ୍ଭ ହୋଇଛି। ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା ମହାବିଦ୍ୟାଳୟର ନୀତି ନିୟମ, ବିଭିନ୍ନ ସୁବିଧା ସୁଯୋଗ, ଶୃଙ୍ଖଳା ବିଷୟରେ ଛାତ୍ରୀଛାତ୍ରଙ୍କୁ ସୂଚନା ଦେଇଥିଲେ।

ଯୁକ୍ତ ୨ ଅଧ୍ୟକ୍ଷ ଡ. ରଣବୀର ସିଂହ, ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ସୁନୀଲ କୁମାର ପାଢୀ, ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଅଧ୍ୟାପିକା କାଜଲ ମେହେର ପ୍ରମୁଖ ଉପସ୍ଥିତ ଥିଲେ।