HAMILTON, NEW ZEALAND - DECEMBER 05: Jermaine Blackwood of the West Indies (L) looks on as Alzarri Joseph of the West Indies celebrates his half century during day three of the First Test match in the series between New Zealand and the West Indies at Seddon Park on December 05, 2020 in Hamilton, New Zealand. (Photo by Kai Schwoerer/Getty Images)
ହାମିଲଟନ,୬।୧୨(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଘରୋଇ ନ୍ୟୁଜିଲାଣ୍ଡ ଇନିଂସ ବିଜୟର ଦ୍ୱାରାଦେଶରେ ପହଞ୍ଚିଛି। ତେବେ ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜର ଦୁଇ ବ୍ୟାଟ୍ସମ୍ୟାନ ଜର୍ମେନ ବ୍ଲାକଉଡ୍ ଓ ଅଲଜାରି ଜୋଶେଫ୍ ଲଢୁଆ ବ୍ୟାଟିଂ କରି ନ୍ୟୁଜିଲାଣ୍ଡର ବିଜୟକୁ ବିଳମ୍ବିତ କରିଛନ୍ତି।
ଟସ୍ଜିତି ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୧୪୫ ଓଭର ଖେଳି ୫୧୯/୭ରେ ଇନିଂସ ଘୋଷଣା କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୬୪ ଓଭରରେ ମାତ୍ର ୧୩୮ ରନକରି ଅଲଆଉଟ ହେବା ସହ ୩୮୧ ରନ ପଛରେ ପଡିଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ଫଲୋଅନ ହୋଇଥିଲା ଓ ଦ୍ୱିତୀୟ ଇନିଂସ ଆରମ୍ଭ କରି ଶନିବାର ତୃତୀୟ ଦିବସ ଖେଳ ଶେଷସୁଦ୍ଧା ୪୨ ଓଭରରେ ୬ ଉଇକେଟ ହରାଇ ୧୯୬ ରନ ସଂଗ୍ରହ କରିଛି। ଏବେ ଓ୍ବେଷ୍ଟଇଣ୍ଡିଜ୍ ୪ ଉଇକେଟ ହାତରେ ରଖି ୧୮୫ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ବ୍ଲାକଉଡ୍ ୮୦ ଓ ଜୋଶେଫ୍ ୫୯ ରନକରି ଅପରାଜିତ ରହିଛନ୍ତି। ସପ୍ତମ ଉଇକେଟ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଅପରାଜିତ ୧୦୭ ରନର ପାର୍ଟନରଶିପ୍ କରି ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିରାଶ କରିଛନ୍ତି। ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଓପନର କ୍ରେଗ୍ ବ୍ରାଥ୍ଓ୍ବେଟ୍ ୧୦, ଡାରେନ ବ୍ରାଭୋ ୧୨ ଓ ଅନ୍ୟମନେ ଦୁଇଅଙ୍କ ଛୁଇଁପାରି ନାହାନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡର ନିଲ ଓ୍ବାଗନର ୨, ଟିମ ସୌଦି, ଟ୍ରେଣ୍ଟ ବୋଲ୍ଟ, କାଏଲ ଜେମିସନ ଓ ଡାରିଲ ମିଚେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଶନିବାର ସକାଳୁ ଓ୍ବେଷ୍ଟଇଣ୍ଡିଜ ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୪୯/୦ରୁ ଖେଳ ଆରମ୍ଭ କରି ଅଲଆଉଟ ହୋଇଥିଲା। ଦଳ ତରଫରୁ ଓପନର ଜନ କ୍ୟାମ୍ପବେଲ ୨୬, ଅଧିନାୟକ ଜାସନ ହୋଲ୍ଡର ଅପରାଜିତ ୨୫, ଜର୍ମେନ୍ ବ୍ଲାକ୍ଉଡ୍ ୨୩, ବ୍ରାଥଓ୍ବେଟ୍ ୨୧, ରୋଷ୍ଟନ ଚେଜ୍ ୧୧ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ନ୍ୟୁଜିଲାଣ୍ଡ ତରଫରୁ ବୋଲିଂରେ ସୌଦି ସର୍ବାଧିକ ୪, ଜେମିସନ ଓ ଓ୍ବାଗନର ୨ଟି ଲେଖାଏ, ବୋଲ୍ଟ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୪୫ ଓଭରରେ ୫୧୯/୭ (ଇନିଂସ ଘୋଷଣା)
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୬୪ ଓଭରରେ ୧୩୮ ଅଲଆଉଟ(କ୍ୟାମ୍ପବେଲ- ୨୬, ହୋଲ୍ଡର- ୨୫*, ବ୍ଲାକଉଡ୍- ୨୩, ବ୍ରାଥଓ୍ବେଟ୍- ୨୧, ସୌଦି- ୪/ ୩୫, ଜେମିଶନ- ୨/୨୫, ଓ୍ବାଗନର- ୨/୨୫)।
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ (ଫଲୋଅନ): ୪୨ ଓଭରରେ ୧୯୬/୬ (ବ୍ଲାକଉଡ- ୮୦*, ଜୋଶେଫ୍- ୫୯*, ଓ୍ବାଗନର- ୨/୬୨)।