CAPE TOWN, SOUTH AFRICA - NOVEMBER 27: Jonny Bairstow of England hits out as wicketkeeper Quinton de Kock of South Africa looks on during the 1st Twenty20 International between South Africa and England at Newlands Stadium on November 27, 2020 in Cape Town, South Africa. (Photo by Shaun Botterill/Getty Images)
କେପ୍ ଟାଉନ,୨୯।୧୧(ଏପି): ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ଭ୍ରମଣକାରୀ ଇଂଲଣ୍ଡ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୫ ଉଇକେଟରେ ବିଜୟ ହାସଲ କରିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୧୭୯ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ୧୯.୨ ଓଭରରେ ୫ ଉଇକେଟ ହରାଇ ୧୮୩ ରନକରି ବିଜୟ ହାସଲ କରିଛି। ଏଥିସହ ଇଂଲଣ୍ଡ ୩ ମ୍ୟାଚ୍ବଶିଷ୍ଟ ଏହି ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ୪୮ ବଲର ସମ୍ମୁଖୀନ ହୋଇ ୯ ଚୌକା ଓ ୪ ଛକା ସହ ଅପରାଜିତ ୮୬ ରନକରି ଇଂଲଣ୍ଡ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେୟାରଷ୍ଟୋ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
୧୮୦ ରନ ଟାର୍ଗେଟର ପିଛ କରି ଇଂଲଣ୍ଡ ୩୪ ରନରେ ୩ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଜାସନ ରଏ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ସେହିପରି ଜୋଶ ବଟଲର ୭ ଓ ଡଓ୍ବେିଡ ମଲାନ ୧୯ ରନକରି ପ୍ୟାଭିଲିୟନ ଫେରିଥିଲେ। ବେୟାରଷ୍ଟୋଙ୍କୁ ବାଦ୍ ଦେଲେ ବେନ୍ ଷ୍ଟୋକ୍ସ ୩୭, ଅଧିନାୟକ ଇଅନ ମୋର୍ଗାନ୍ ୧୨ ରନ ସଂଗ୍ରହ କରିଥିଲେ। ସାମ କୁରାନ ୭ ରନ୍ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକ ତରଫରୁ ଜର୍ଜ ଲିଣ୍ଡେ ଓ ଲୁନ୍ଗି ଏନ୍ଗିଡି ୨ଟି ଲେଖାଏ, ତାବ୍ରେଜ ସାମସି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ତରଫରୁ ଫାଫ୍ ଡୁପ୍ଲେସି ସର୍ବାଧିକ ୫୮ (୪୦ ବଲ, ୪ ଚୌକା, ୨ ଛକା), ରାସି ଭାନ ଡେର ଡୁସେନ ୩୭, ଅଧିନାୟକ କ୍ୱିଣ୍ଟନ ଡିକକ୍ ୩୦, ହେନରିଚ କ୍ଲାସେନ ୨୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ସାମ କୁରାନ ୩, ଜୋଫ୍ରା ଆର୍ଚର, ଟମ୍ କୁରାନ ଓ କ୍ରିସ୍ ଜୋର୍ଡାନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୭୯/୬
(ଡୁପ୍ଲେସି- ୫୮, ଡୁସେନ- ୩୭, ଡିକକ- ୩୦, କ୍ଲାସେନ-୨୦, ସାମ କୁରାନ- ୩/୨୮)
ଇଂଲଣ୍ଡ ୧୯.୨ ଓଭରରେ ୧୮୩/୫
(ବେୟାରଷ୍ଟୋ- ୮୬*, ଷ୍ଟୋକ୍ସ- ୩୭, ମଲାନ- ୧୯, ମୋର୍ଗାନ- ୧୨, ଲିଣ୍ଡେ- ୨/୨୦, ଏନ୍ଗିଡି- ୨/୩୧ )