Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ ହୋଇଯିବ । ୬ ମିନିଟ୍ ୨୩ ସେକେଣ୍ଡ ପାଇଁ ଏଭଳି ଏକ ଅନ୍ଧକାର ମାଡ଼ି ଆସିବ । ଶହେ ବର୍ଷରେ ଏଭଳି ଏକ ମହାଜାଗତିକ ଘଟଣା ଘଟିବାକୁ ଯାଉଛି ।  ଏମିତି ଏକ ମହାଜାଗତିକ ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ମହାକାଶ ବିଜ୍ଞାନୀମାନେ ଏଥିରୁ ଅନେକ କିଛି ପରୀକ୍ଷାନିରୀକ୍ଷା ପାଇଁ ଚେଷ୍ଟା କରୁଥିବା ବେଳେ ସାଧାରଣ ଲୋକ ଏହି ମହାଜାଗତିକ ଘଟଣାକୁ ନିଜେ ଦେଖିବା ପାଇଁ ଚାହୁଁଛନ୍ତି ।

ଦିନରେ ଯେତେବେଳେ ହଠାତ୍‌ ରାତି ହୋଇଯିବ, ଏହି ଦୃଶ୍ୟ ଏକ ବଡ଼ ଜନସଂଖ୍ୟା ଦେଖିବା ପାଇଁ ସକ୍ଷମ ହେବେ । ଦକ୍ଷିଣ ୟୁରୋପ, ଉତ୍ତର ଆଫ୍ରିକା ଓ ମଧ୍ୟପ୍ରାଚ୍ୟର କିଛି ଅଂଶରେ ୬ ମିନିଟ୍‌ ୨୩ ସେକେଣ୍ଡ ଯାଏ ଏହି ମହାଜାଗତିକ ଘଟଣା ଦୃଶ୍ୟମାନ ହେବ । ଯେତେବେଳେ ସୂର୍ଯ୍ୟୋପରାଗର ପ୍ରକ୍ରିୟା ଆରମ୍ଭ ହୋଇଯିବ, ଖୁବ୍‌ ଶୀଘ୍ର ଅନ୍ଧାର ଘୋଟି ଆସିବ ବୋଲି କୁହାଯାଉଛି । ଭୋର ସମୟର ଦୃଶ୍ୟ ଯେମିତି ରହେ, ସେମିତି ସୂର୍ଯ୍ୟ ଦେଖାଯିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏହାର ପ୍ରଭାବରେ ସେହି ସ୍ଥାନଗୁଡ଼ିକରେ ତାପମାତ୍ରା ୩ରୁ ୭ ଡିଗ୍ରୀ ଯାଏ କମିଯିବ ବୋଲି ଆକଳନ କରାଯାଉଛି ।