SYDNEY, AUSTRALIA - DECEMBER 06: Ajinkya Rahane of India A bats during day one of the three-day tour match between Australia A and India A at Drummoyne Oval on December 06, 2020 in Sydney, Australia. (Photo by Brendon Thorne/Getty Images)
ସିଡ୍ନୀ, ୭।୧୨(ପି.ଟି.): ସ୍ଥାନୀୟ ଡ୍ରୁମୋଇନ୍ ଓଭାଲ ଗ୍ରାଉଣ୍ଡରେ ଭାରତ- ଏ ଓ ଅଷ୍ଟ୍ରେଲିଆ- ଏ ମଧ୍ୟରେ ପ୍ରଥମ ୩ ଦିନିଆ ଅଭ୍ୟାସ ମ୍ୟାଚ ଆରମ୍ଭ ହୋଇଛି। ଭାରତ- ଏ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଆଜିଙ୍କ୍ୟ ରାହାନେଙ୍କ ଶତକ ସହାୟତାରେ ଭାରତ- ଏ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୯୦ ଓଭରରେ ୮ ଉଇକେଟ ହରାଇ ୨୩୭ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରାହାନେ ୧୦୮ ରନ (୧୬ ଚୌକା, ୧ ଛକା)ର ଶତକୀୟ ପାଳି ଖେଳି ଓ ମହମ୍ମଦ ସିରାଜ ବିନା ସ୍କୋରରେ ଅପରାଜିତ ରହିଛନ୍ତି। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ୫୪ ରନ(୫ ଚୌକା)ର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ହନୁମା ବିହାରୀ ୧୫, କୁଲଦୀପ ଯାଦବ ୧୫, ଉମେଶ ଯାଦବ ୨୪ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଦୁଇ ଓପନର ପୃଥ୍ବୀ ଶ ଓ ଶୁବମନ ଗିଲ, ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ଜେମ୍ସ ପାଟିନସନ ୩, ମାଇକେଟ ନେସେର ଓ ଟ୍ରାଭିସ୍ ହେଡ ୨ଟି ଲେଖାଏ, ଜ୍ୟାକ୍ଶନ ବାର୍ଡ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ- ଏ ପ୍ରଥମ ଇନିଂସରେ ୯୦ ଓଭରରେ ୨୩୭/୮