A health care worker prepares coronavirus tests in a lab at a COVID drive-thru testing center at Bergen Community College, as the global outbreak of the coronavirus disease (COVID-19) continues, in Paramus, New Jersey, U.S., December 3, 2020. REUTERS/Brendan McDermid - RC2XFK9F4BOY
ଜୟପୁର,୨୬।୬: କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ମଧ୍ୟରେ ଦେଶର ଅନେକ ରାଜ୍ୟରେ ଏବେ କରୋନାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ମାମଲା ସାମ୍ନାକୁ ଆସୁଛି। ଏହିକମ୍ରରେ ଏବେ ରାଜସ୍ଥାନ ମଧ୍ୟ ସାମିଲ ହୋଇଯାଇଛି। ରାଜସ୍ଥାନରେ ପ୍ରଥମ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ରୋଗୀ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ରାଜସ୍ଥାନ ବିକାନେର ଜିଲାର ଅଧିକାରୀମାନେ ଏନେଇ ପୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ଜଣେ ୬୫ବର୍ଷୀୟ ମହିଳାଙ୍କ ନିକଟରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ବିକାନେରର ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀ ଓମ୍ ପ୍ରକାଶ ଚହର ସୂଚନା ଦେଇଛନ୍ତି। ମେ’୩୧ରେ ଉକ୍ତ ମହିଳାଙ୍କ କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ମହିଳାଜଣକ ବିନା ଚିକିତ୍ସାରେ ସୁସ୍ଥ ହୋଇଯାଇଥିଲେ। କିନ୍ତୁ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିିଗିଡ଼ିଯାଇଥିଲା। ଏହାପରେ ମହିଳାଙ୍କ ଯାଞ୍ଚ କରାଯିବାରୁ ତାଙ୍କ ନିକଟରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ସଂକ୍ରମଣ ଥିବା ଜଣାପଡ଼ିଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି ମହିଳାଜଣକ ପୂର୍ବରୁ କୋଭାକ୍ସିନ ଟିକାର ଦୁଇଟି ଡୋଜ୍ ନେଇସାରିଛନ୍ତି ବୋଲି ଓମ୍ ପ୍ରକାଶ କହିଛନ୍ତି।