ଗଞ୍ଜାମ,୫।୮(ବିଦ୍ୟାଧର ସାହୁ): ନିର୍ବାଚିତ ପରଠାରୁ ଗୋଟିଏ ଦିନ ବି ଘରେ ବସି ନାଁହାନ୍ତି। ପ୍ରତ୍ୟେକ ଦିନ ଲୋକଙ୍କ ପାଖରେ ପହଂଚି କିଛି ନାଁ କିଛି ସମାଧାନ କରିଥାନ୍ତି l ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବାମାନେ ଘଟଣାସ୍ଥଳରେ ପହଞ୍ଚିଯାଆନ୍ତି l ସେ ଆଉ କିଏ ନୁଁହନ୍ତି ସେ ହେଉଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ l ମଙ୍ଗଳବାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି ଯୁବ ବିଧାୟକ l ସାଧାରଣ ଜନତାଙ୍କ ଅଭିଯୋଗ ଓ ସମସ୍ୟା ସମାଧାନ ପାଇଁ ‘ଭରସା ପୋର୍ଟାଲ’ର ଶୁଭାରମ୍ଭ କରିଛନ୍ତି। ଯାହା ଜିଲାରେ ପ୍ରଥମ l ଏହି ପୋର୍ଟାଲ ମାଧ୍ୟମରେ ସ୍ଥାନୀୟ ଲୋକେ ସରକାରୀ ଯୋଜନା ସମ୍ବନ୍ଧୀୟ ଅସୁବିଧା କିମ୍ବା ଅନ୍ୟାନ୍ୟ ଅଭିଯୋଗ ସିଧାସଳଖ ବିଧାୟକଙ୍କ ନିକଟରେ ଉପସ୍ଥାପନ କରିପାରିବେ। ଯାହା ବିଧାୟକଙ୍କୁ ଲୋକଙ୍କ ପ୍ରଂଶସାର ସୁଅ ଛୁଟିଥିବା ଜଣାପଡିଛି l
ଶୁଭାରମ୍ଭ ଅବସରରେ ବିଧାୟକ କହିଛନ୍ତି, ଏହି ପୋର୍ଟାଲ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବ ଏବଂ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ସଫଳ ମାଧ୍ୟମ ହେବ। ଏହି ଡିଜିଟାଲ ପ୍ଲାଟଫର୍ମ ଜନସାଧାରଣଙ୍କୁ ଅଭିଯୋଗ ଦାଖଲ କରିବାରେ ସହାୟତା ପ୍ରଦାନ କରିବା ସହ ସମାଧାନ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବ। ପୋର୍ଟାଲରେ ଅଭିଯୋଗ ଦାଖଲ କରିବା ପାଇଁ ଏକ ସରଳ ବ୍ୟବହାରକାରୀ ଅନୁକୂଳ ଇଣ୍ଟରଫେସ ରହିଛି। ଏହା ଛତ୍ରପୁର ବିଧାନସଭା ଅଞ୍ଚଳରେ ସରକାରୀ ସେବାର ପ୍ରଭାବକୁ ଆହୁରି ବୃଦ୍ଧି କରିବ ବୋଲି ଆଶା କରାଯାଉଛି।