ଦାରିଙ୍ଗବାଡି,୫।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡ଼ସର ପ୍ରଥମଥର ପାଇଁ ୩ ଦିନିଆ ପ୍ରତିଯୋଗିତା ଓ ତାଲିମ ଶିବିର ଅନୁଷ୍ଠିତ ହେଉଛି। ଏଥିରେ ଜିଲାର ପ୍ରାୟ ୩ ଶହ ଛାତ୍ରୀଛାତ୍ର ଯୋଗଦେଇ ତାଙ୍କର ସ୍କାଉଟସର ବିଭିନ୍ନ ପ୍ରତିଭା ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି। ଏହା ଗୁରୁବାର ଅପରାହ୍ନରେ ଉଦଘାଟନ ହୋଇ ଶନିବାର ଉଦଯାପିତ ହେବାକୁ ରହିଛି। କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲା ଶିକ୍ଷା ଅଧିକାରୀ ରାଜେଶ ସ୍ବାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଛି। ସକାଳ ସୁଦ୍ଧା ସ୍କାଉଟସ ଛାତ୍ରୀଛାତ୍ର ଓ ତାଙ୍କ ଗାଇଡ଼ ଶିକ୍ଷୟିତ୍ରୀଶିକ୍ଷକମାନେ ଯୋଗଦେଇ ନିଜ ନାମ ପଞ୍ଜିକୃତ କରିବା ଆରମ୍ଭ ହୋଇଛି।