ଭାରତ ଇତିହାସରେ ପ୍ରଥମ ଘଟଣା: ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ !

ନୂଆଦିଲ୍ଲୀ, ୨।୯: ସେପ୍ଟେମ୍ବର ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ଏନେଇ ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେପ୍ଟେମ୍ବର ୧୪ ପୂର୍ବାହ୍ନ ୯ଟାରେ ଲୋକ ସଭାରେ ଅଧିବେଶନ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିବା ଏଥିରେ ଉଲ୍ଲେଖ ରହିଛି। ଚଳିତ ମୌସୁମୀ ଅଧିବେଶନରେ କୌଣସି ପ୍ରଶ୍ନକାଳ ରହିବ ନାହିଁ। ୧୯୫୨ ପରେ ପ୍ରଥମ ଥର ପାଇଁ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ ବୋଲି କୁହାଯାଉଛି। ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିବାକୁ ଯାଉଛି।

Share