Categories: Home Leftଖେଳ

୫୦ କୋଟି ଛୁଇଁଲା ଏହି ଖେଳାଳିଙ୍କ ଫଲୋଅର୍ସଙ୍କ ସଂଖ୍ୟା

ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କ୍ୟାରିୟରରେ ଆଉ ଏକ ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ବିଶ୍ୱର ପ୍ରଥମ ଆଥ୍‌ଲେଟ୍‌ ଭାବେ ସୋସିଆଲ ମିଡିଆରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦ କୋଟି ଛୁଇଁଛି। ଫୁଟବଲ ପଡ଼ିଆରେ ଅପ୍ରତିଦ୍ୱନ୍ଦ୍ୱୀ ରୋନାଲ୍ଡୋଙ୍କ ଇନ୍‌ଷ୍ଟାଗ୍ରାମରେ ସବୁଠୁ ଅଧିକ ୨୬୧ ନିୟୁତ ଫଲୋଅର୍ସ ଅଛନ୍ତି, ଯାହାକି ଯେକୌଣସି କ୍ଷେତ୍ରର ସେଲିବ୍ରିଟିଙ୍କ ଠାରୁ ସର୍ବାଧିକ। ତାଙ୍କ ପଛକୁ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ତଥା ହଲିଉଡ୍‌ ଆକ୍ଟର ଡ୍ବେନ ଜନସନ (୨୧୭ ନିୟୁତ), ଲିଓନେଲ ମେସି (୧୮୩), ନେମାର(୧୪୬)ଙ୍କ ଭଳି ଆଥ୍‌ଲେଟ୍‌ ରହିଛନ୍ତି।

କୌତୁହଳର ବିଷୟ ହେଲା କି, ଇନ୍‌ଷ୍ଟାଗ୍ରାମରେ ଇଂଲିଶ ପ୍ରମିୟର ଲିଗ୍‌ (ଇପିଏଲ)ର ସମସ୍ତ ଦଳ ନିକଟରେ ଥିବା ଫଲୋଅର୍ସକୁ ମିଶାଇଲେ ମଧ୍ୟ ରୋନାଲ୍ଡୋଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଟୁଇଟରରେ ଜୁଭେଣ୍ଟସ ଖେଳାଳି ରୋନାଲ୍ଡୋଙ୍କ ୯୧ ନିୟୁତ ଫଲୋଅର୍ସ ଥିବାବେଳେ ତାଙ୍କ ଅଫିସିଆଲ ଫେସବୁକ ପେଜରେ ରହିଛି ୧୨୫ ନିୟୁତ ଲାଇକ୍‌।