ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ ପ୍ରାୟ ୩ରୁ ୪ ରାଉଣ୍ଡ ଫାୟାରିଂ କରାଯାଇଛି। ଘଟଣା ପରଠାରୁ ରୋହିତଙ୍କ ପରିବାର ସମେତ ପ୍ରଶଂସକମାନେ ଚିନ୍ତାରେ ରହିଛନ୍ତି। ତେବେ କିଏ ଏବଂ କେଉଁ କାରଣରୁ ଏଭଳି କାଣ୍ଡ ଭିଆଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ମୁମ୍ବାଇ ସ୍ଥିତ ରୋହିତଙ୍କ ଘର ବାହାରେ ରାତି ୧୨.୪୩ ମିନିଟରେ କିଛି ଅଜ୍ଞାତ ଆକ୍ରମଣକାରୀ ୪ ରାଉଣ୍ଡ ଫାୟାରିଂ କରିଥିଲେ। ଏହାପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏବେ ଘଟଣାର ଛାନଭିନ କରାଯାଉଛି। ଫରେନ୍ସିକ ଟିମ୍ ମଧ୍ୟ ସେଠାରେ ପହଞ୍ଚିଛି। ତେବେ ଖୁସିର କଥା ଏହା ଯେ ଏହି ଫାୟାରିଂରେ କେହି ଆହତ ହୋଇ ନାହାନ୍ତି।
ସୋସିଆଲ ମିଡିଆରେ ରୋହିତଙ୍କ ଘର ବାହାରର ଭିଡିଓ ଦ୍ରୁତ ବେଗରେ ଭାଇରାଲ ହେଉଛି। ଭିଡିଓରେ ବାହାରେ ପୋଲିସ ଗାଡ଼ି, ବ୍ୟାରିକେଡ ଏବଂ ପୋଲିସ କର୍ମୀ ମୁତୟନ ହୋଇଥିବା ନଜର ଆସୁଛି।
Dharitri – Odisha’s No.1 Odia Daily