ଗଜପତି,୩।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ ବ୍ଲକ ପେକଟ ଗ୍ରାମ ନିକଟରେ ଭୁସ୍ଖଳନ ଘଟଣାରେ ବାପା ପୁଅଙ୍କ ନିଖୋଜ ମାମଲାରେ ଅନୁସନ୍ଧାନ କରୁଥିବା ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ ସାହାସିକତା ଦେଖାଇଛି। ପେକଟ ଗ୍ରାମ ନିକଟ ନାଳ ଆରପାରିରୁ ଜଣେ ଗର୍ଭବତୀ ମହିଳାଙ୍କୁ ଭୁସ୍ଖଳନ ଅଞ୍ଚଳରୁ ସହାସିକତାର ସହ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ବୋହି ଆଣିବା ଭଳି ଘଟଣା ଦେଖିବାକୁ ମିଳିଛି । ଏଭଳି ବିପଦପୂର୍ଣ୍ଣ ପ୍ରଖର ନାଳ ଦେଇ ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି କାଦୁଅ ପଚପଚ ରାସ୍ତାରେ ଅସାଧ୍ୟକୁ ସାଧ୍ୟ କରିଦେଖାଇ ମାନବିକତାର ପରିଚୟ ଦେଇଛନ୍ତି । ଏହି ଘଟଣା ପରେ ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସାହାସିକତା ଓ ମାନବିକତାକୁ ସ୍ଥାନୀୟ ଲୋକେ ଖୁବ ପ୍ରଶଂସା କରିଛନ୍ତି ।