fire-extinguisher on flame background
କଟକ ଅଫିସ, ୧୦ା୮ : ରାଜ୍ୟର ୧୭୪ଟି କୋଭିଡ୍ ହସ୍ପିଟାଲ ଏବଂ କୋଭିଡ୍ କେୟାର ସେଣ୍ଟରରେ ଅଗ୍ନି ନିରାପତ୍ତା ଯାଞ୍ଚ କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯେଉଁଠି ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ଥିବା ନଜରକୁ ଆସିଛି, ସେଠାରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ସେହିଭଳି ହସ୍ପିଟାଲ ଏବଂ କେୟାର ସେଣ୍ଟରରେ କାମ କରୁଥିବା ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଅଗ୍ନି ମୁକାବିଲା ତାଲିମ୍ ପ୍ରଦାନ କରାଯାଇଥିଲା। ବିଶେଷକରି ନିଆଁ ଲିଭାଇବା ପାଇଁ ଥିବା ବିଭିନ୍ନ ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା।