Categories: ଅନୁଗୋଳ

ଝଞ୍ଜିରିବାହାଳରେ ଅଗ୍ନିକାଣ୍ଡ: ୧୩ ବଖରା ଭସ୍ମ, ୪ ପରିବାର ସର୍ବସ୍ବାନ୍ତ

ବଅଁରପାଳ, ୨୫ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତ ଝଞ୍ଜିରିବାହାଳ ଗ୍ରାମ ହରିଜନ ସାହିରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ପରିବାରର ୧୨ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ରାତିରେ ସାହିବାସୀ କେଉଁଆଡେ ଯାଇଥିବାବେଳେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏଥିରେ ରମେଶ ଗୋଚ୍ଛାୟତଙ୍କର ୪ ବଖରା, ରୋହିତ ଗୋଚ୍ଛାୟତଙ୍କର ୩, ଜଟିଆ ଗୋଚ୍ଛାୟତଙ୍କର ୪ ଓ ବିଜୟ ଗୋଚ୍ଛାୟତଙ୍କର ୨ ବଖରା ପାଉଁଶ ହୋଇଛି। ଘରେ ଥିବା ସମସ୍ତ ଆସବାବ ପତ୍ର, ଧନ ସମ୍ପତ୍ତି ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଯୁବନେତା ଅରୁନଭ ସିଂହ କଂଗ୍ରେସ ନେତା ବିପ୍ଳବ ଜେନା ଓ ନାରୀନେତ୍ରୀ ସସ୍ମିତା ବେହେରା ପ୍ରମୁଖ ପହଞ୍ଚି ବିପନ୍ନଙ୍କୁ ସହାୟତା ଯୋଗାଇଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଯିବାକୁ ଦାବି ହୋଇଛି। ତହସିଲଦାର ଜିତେନ୍ଦ୍ର ସାହୁ କହିଛନ୍ତି, ଘଟଣାସ୍ଥଳକୁ ଆରଆଇ ଯାଇ କ୍ଷୟକ୍ଷତି ଆକଳନ କରିବା ସହ ବିପନ୍ନଙ୍କୁ ଜରିପାଳ ଯୋଗାଯାଇଛି।