କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ସୋର,୨୫।୩: ବାଲେଶ୍ୱର ଜିଲା ସୋର ନିକଟରେ ଏକ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନ୍‌ର ୪ଟି ବଗିରେ ହଠାତ୍‌ ନିଆଁ ଲାଗି ଯାଇଥିଲା।

ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି। ଧାମରାରୁ କୋଇଲା ବୋଝେଇ ଟ୍ରେନ୍‌ଟି ଖଡ଼ଗପୁର ଅଭିମୁଖେ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି।