ଭୟାବହ ଅଗ୍ନିକାଣ୍ଡ: ଜଳିଗଲା କପଡା ଦୋକାନ

କୁଚିଣ୍ଡା,୧୩୪(ବିରଞ୍ଚି ଦର୍କା): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ହରିନାରାୟଣ ମାର୍କେଟ କମ୍ପ୍ଲେକ୍ସର ତୃତୀୟ ମହଲାରେ ନିଆଁ ଲାଗି କ୍ୱାଲିଟି କଲେକ୍ସନ ନାମକ କପଡା ଦୋକାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ୩ଟି ଦମକଳ ଗାଡି ସହାୟତାରେ ଅଗ୍ନିଶମ ବାହିନୀ ଦୀର୍ଘ ୪ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି। ନିଆଁ ଲାଗିବା କାରଣ ଅସ୍ପଷ୍ଟ ହୋଇଥିଲେ ହେଁ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ସକାଳୁ କମ୍ପ୍ଲେକ୍ସର ଉପର ମହଲାରୁ ଧୂଆଁ ବାହାରୁଥିବା ଦେଖି ଲୋକେ ଦୋକାନ ମାଲିକ ମନୋଜ ସାହୁଙ୍କୁ ଖବର ଦେଇଥିଲେ। ସେ ଦୋକାନରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଜଣାଇଥିଲେ। କେଉଁ କାରଣରୁ ନିଆଁ ଲାଗିଲା ଓ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି ତଦନ୍ତ ପରେ ଜଣାପଡିବ ବୋଲି କୁଚିଣ୍ଡା ପୋଲିସ କହିଛି।