ଆନନ୍ଦପୁର,୨୧/୧୦(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଆମ୍ବଗଡ଼ିଆ ଗାଁରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟି ତିନି ବଖରା ଚାଳଘର ପୋଡ଼ିଯାଇଛି। ଗ୍ରାମର କୋଦଣ୍ଡଧର ପଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ତାଙ୍କର ୩ ବଖରା ଚାଳ ଘର ସହିତ ୫ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ରାତିରେ ଗାଁ ପିଲାମାନେ ବାଣ ଫୁଟାଉଥିବାବେଳେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ବୋଲି କୋଦଣ୍ଡଧର ପଣ୍ଡା କହିଛନ୍ତି।