ରାମଚଣ୍ଡୀ ପାହାଡ଼ରେ ଅଚାନକ ଲାଗିଲା ନିଆଁ : ଜୀବଜନ୍ତୁ ଆତଙ୍କିତ

ଗଞ୍ଜାମ,୬।୩: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ରହିଥିବା ପ୍ରସିଦ୍ଧ ମା’ ରାମଚଣ୍ଡୀ ମନ୍ଦିର ପାଦ ଦେଶରେ ଗତକାଲି ପୂର୍ବାହ୍ନ ସମୟରେ ନିଆଁ ଲାଗି ଯାଇଥିଲା । ଶୁଖିଲା ପତ୍ର ଓ ପବନ ପ୍ରଭାବରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ଖବରପାଇ ଛତ୍ରପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
କୌଣସି ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ସିଗାରେଟ୍‌ ପିଇ ଫିଙ୍ଗି ଦେଇଥିବା କାରଣରୁ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି ।

Dharitri – Odisha’s No.1 Odia Daily

Share