ନ୍ୟୁୟର୍କର ଲଙ୍ଗ୍‌ ଆଇଲାଣ୍ଡରେ ଲାଗିଲା ନିଆଁ: ଜରୁରୀ ସ୍ଥିତି ଜାରି

ନ୍ୟୁୟର୍କ,୯।୩: ଆମେରିକାର ନ୍ୟୁୟର୍କ ଅନ୍ତର୍ଗତ ଲଙ୍ଗ୍‌ ଆଇଲାଣ୍ଡରେ ନିଆଁ ଯୋଗୁ ଧୂଆଁର ଘନ ଆସ୍ତରଣ ଅଞ୍ଚଳକୁ ଆଚ୍ଛାଦିତ କରି ରଖିଛି। ଫଳରେ ନ୍ୟୁୟର୍କ ଗଭର୍ନର କାଥି ହୋଚୁଲ୍‌ ସେଠାରେ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। ନିଆଁ ଭୟରେ ପ୍ରମୁଖ ରାଜପଥଗୁଡ଼ିକୁ ବନ୍ଦ କରିଦିଆଯିବା ସହ ସେନା ଘାଟିଗୁଡ଼ିକୁ ଖାଲି କରାଯାଇଛି। ଜଙ୍ଗଲ ନିଆଁ ଦ୍ରୁତ ବେଗରେ ମାଡ଼ୁଥିବାରୁ ଏକ ରାସାୟନିକ ଫ୍ୟାକ୍ଟ୍ରି ଏବଂ ଆମାଜନ୍‌ ଓ୍ବେରହାଉସ୍‌ ପାଇଁ ବିପଦ ସୃଷ୍ଟି କରିଛି।

ନ୍ୟୁୟର୍କ ସହରର ପୂର୍ବ ଭାଗରେ ଥିବା ପାଇନ୍‌ ବାରେନ୍ସ ଅଞ୍ଚଳରେ ନିଆଁ ବ୍ୟାପୁଥିବା ବେଳେ ୩ରୁ ୪ଟି ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଛି। ଓ୍ବେସ୍‌ଥମ୍ପଟନ୍‌ରେ ନିଆଁ ୫୦ ପ୍ରତିଶତ ନିୟନ୍ତ୍ରଣ ହୋଇଛି।