ଶ୍ରାବଣ ସୋମବାରରେ ଲଗାଇ ଥିଲେ ଦୀପ: ଜଳିଗଲା ହଷ୍ଟେଲ

ଭୁବନେଶ୍ବର,୨୮।୭: ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ ଥିବା ଏକ ମହିଳା ହଷ୍ଟେଲରେ ସୋମବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ଛାତ୍ରୀମାନେ ହୋଷ୍ଟେଲ ରୁମ୍‌ରେ ଦୀପ ଜାଳି ମନ୍ଦିର ଯାଇଥିଲେ। ଦୀପରୁ ହଷ୍ଟେଲରେ ନିଆଁ ଲାଗି ଏହି ଅଘଟଣ ଘଟିଥିବା ଜଣାପଡିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ କ୍ଷୟକ୍ଷତି ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ।