କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଟିଟିଲାଗଡ଼,୨୪।୫: ବଲାଙ୍ଗୀର ଜିଲା ବଡ଼ମାଳ ଷ୍ଟେଶନ ନିକଟରେ ଶନିବାର ଏକ ଅଘଟଣ ଘଟିଛି। ଏକ କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନର ୨ଟି ବଗିରେ ନିଆଁ ଲାଗି ଯାଇଥିଲା।

ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।