କାର୍ଯ୍ୟାଳୟରେ ଲାଗିଲା ନିଆଁଁ: ସବୁକିଛି ଜଳିପୋଡ଼ି ପାଉଁଶ

ଛତ୍ରପୁର,୧୬।୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଲାଗିଲା ନିଆଁ। ସର୍ଟସର୍କିଟ ପାଇଁ ଲାଗିଲା ନିଆଁ। ନିଆଁରେ ସମସ୍ତ ଅଫିସ କାଗଜ ପତ୍ର ଓ କମ୍ପୁଟର, ପ୍ରିଣ୍ଟର ପୋଡି ନଷ୍ଟ। ନିଆଁକୁ ଆୟତ କଲେ ଅଗ୍ନିଶମ ବିଭାଗ। ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ଉଠାଇ ନ ଥିଲେ ଅଧିକାରୀ। ଯାହା ଫଳରେ ତାଲା ପଡ଼ିଥିବା ଯୋଗୁ ନିଆଁ ଲିଭାଇବା କିଛି ସମୟ ବିଳମ୍ବ ମଧ୍ୟ୍ୟ ହୋଇଥିଲା।
ଛତ୍ରପୁର ବିଧାୟକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ନିଆଁକୁ ଆୟତ କରିଥିଲେ ଅଗ୍ନିଶମ ବାହୀନି। ସକାଳୁ ସକାଳୁ ଏହି ନିଆଁ ଲାଗିଥିଲା। ସ୍ଥାନୀୟ ଲୋକ ଦେଖି ଅଧିକାରୀଙ୍କୁ ବାରମ୍ବାର ଫୋନ କରିଥିଲେ ସେ ଉଠାଇ ନ ଥିଲେ। ଶେଷରେ ବିଧାୟକ ନିଜେ ଉପସ୍ଥିତ ନିଆଁ ଲିଭାରେ ସହଯୋଗ କରିଥିଲେ। ଦୁଇ ଘଣ୍ଟା ପରେ ଅଧିକାରୀ ଜଣକ କାର୍ଯ୍ୟାଳୟ ଆସିଥିଲେ। ଦେହ ଅସୁସ୍ଥ ଥିବାରୁ ନିଦ ବାଟିକା ଖାଇ ଶୋଇଥିଲି ବୋଲି ଅଧିକାରୀ ଜଣକ କହିଥିଲେ।