ମହାକୁମ୍ଭରେ ପୁଣି ନିଆଁ: ଜଳିଗଲା ୭ ତମ୍ବୁ

ପ୍ରୟାଗରାଜ,୧୫।୨: ପ୍ରୟାଗରାଜ ମହାକୁମ୍ଭ ମେଳା ସ୍ଥଳରେ ଶନିବାର ପୁଣିଥରେ ନିଆଁ ଲାଗି ୭ଟି ତମ୍ବୁ ଜଳିଯାଇଛି। ସେକ୍ଟର ୧୮ ଏବଂ ୧୯ ମଧ୍ୟଭାଗରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିଥିଲେ।

ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ତମ୍ବୁରେ ଥିବା ବହୁ ସାମଗ୍ରୀ ଜଳିଯାଇଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ପୂର୍ବରୁ ୪ ଥର ମହାକୁମ୍ଭ ସ୍ଥଳରେ ନିଆଁ ଲାଗି ସାରିଛି।