ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ ଜଳିଯାଇଛି ଫଳ ଦୋକାନ। ପ୍ରାୟ ୫୦ରୁ ଅଧିକ ଦୋକାନ ଜାଳିପୋଡି ଛାରଖାର ହୋଇଯାଉଛି । ଜିଲାପାଳଙ୍କ ଅଫିସ ନିକଟରେ ଥିବା ପୌରସଂସ୍ଥା ପକ୍ଷରୁ ତିଆରି ହୋଇଥିବା ଫଳ ବଜାରରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା କାମରେ ଲାଗିଥିଲେ ବି ନିଆଁକୁ ଆୟତ୍ତ କରିପାରି ନ ଥିଲେ। ସମସ୍ତ ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଥିଲା। ଫଳ ଦୋକାନୀମାନେ କ୍ଷତିପୂରଣ ଦାବି ନେଇ ରାସ୍ତାରୋକୋ କରିଥିଲେ । ଫଳ ବେପାରୀଙ୍କ ସହ ଜିଲା ପ୍ରଶାସନ ପକ୍ଷରୁ ଆଲୋଚନା କରଯାଇଥିବା ବେଳେ ବଲାଙ୍ଗୀରର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଅନଙ୍ଗ ଉଦୟ ସିଂଦେଓ ଓ ବିଜେଡି ଯୁବ ନେତା ଅର୍କେଶ ନାରାୟଣ ସିଂଦେଓ ପୋଡି ଯାଇଥିବା ଫଳ ମାର୍କେଟରେ ପହଞ୍ଚି ପରିଦର୍ଶନ କରିବା ସହ ଫଳ ବେପାରୀଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କୁ କିପରି କ୍ଷତିପୂରଣ ମିଳିବ ସେ ଦିଗରେ ଜିଲା ପ୍ରଶାସନ ସହିତ ଆଲୋଚନା କରିବେ ବୋଲି କହିଛନ୍ତି। ପୌରଧ୍ୟକ୍ଷା କହିଛନ୍ତି ମ୍ୟୁନିସିପାଲଟି ପକ୍ଷରୁ ଦଶ ହଜାର ଟଙ୍କା ଲେଖାଏଁ ଦିଆଯିବ । ଜିଲାପାଳଙ୍କ ବିଭିନ୍ନ ଫଣ୍ଡ ଅଛି ସେଥିରୁ ମଧ୍ୟ ସେ ଦେବେ । ଅନ୍ୟପଟେ ବଲାଙ୍ଗୀର ବିଧାୟକଙ୍କ ତାଙ୍କୁ ଫୋନରେ କହିଛନ୍ତି , ଯାହା ଦରକାର ପଡିବ ସେ ମଧ୍ୟ ତାଙ୍କ ଏମଏଲଏ ଲାଡରୁ କ୍ଷତିପୂରଣ ଦେବେ ବୋଲି ବିଧାୟକ କଲକେଶ ନାରାୟଣ ସିଂଦେଓ କହିଥିବା କହିଛନ୍ତି। ଦିନ ବେଳେ ଫଳ ବଜାରରେ କିପରି ନିଆଁ ଲାଗିଲା ଜିଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯିବା ଦରକାର ବୋଲି କହିଛନ୍ତି। ଆଉ ଯେପରି ଏଭଳି ଦୁର୍ଘଟଣା କେବେ ନ ହେବ ସେ ଉପରେ ଆଲୋଚନା କରି ତାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସିଂଦେଓ।

 

Dharitri – The Largest & Most Trusted Odia Daily