ପୁରୁଣା ମାମଲାରେ ଏଫ୍‌ଆଇଆର୍‌

ଅପ୍ରତ୍ୟାଶିତ ଘଟଣାକ୍ରମରେ ବିତ୍ତୀୟ କ୍ଷେତ୍ରରେ ଏକ ରୋମାଞ୍ଚକର ମୋଡ଼ ଦେଖିବାକୁ ମିଳିଛି। ମୁମ୍ବାଇର ଏକ କୋର୍ଟ ପୂର୍ବତନ ସେବି ମୁଖ୍ୟ ମାଧବୀ ପୁରି ବୁଚ୍‌ଙ୍କ ବିରୋଧରେ ୧୯୯୪ର ଏକ ନିୟାମକ ତ୍ରୁଟି ଅଭିଯୋଗକୁ ନେଇ ଏଫ୍‌ଆଇଆର୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଦିଗକୁ ବିଚାର କରି ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ନିକଟରେ ଭୁଲ୍‌ ପ୍ରତିକ୍ରିୟାଗୁଡ଼ିକ ପାଇଁ ବୁଚ୍‌ ଚର୍ଚ୍ଚାରେ ରହି ଆସିଛନ୍ତି। ପ୍ରଥମେ ହିଣ୍ଡେନବର୍ଗ ରିସର୍ଚ୍ଚ ଅଭିଯୋଗ କରିଥିଲା ଯେ, ତାଙ୍କର ଏବଂ ତାଙ୍କ ସ୍ବାମୀଙ୍କର ଆଦାନୀ କମ୍ପାନୀ ସହ ସମ୍ପର୍କ ଥିବା ବିଦେଶୀ ସଂସ୍ଥାଗୁଡ଼ିକରେ ଅଂଶଧନ ରହିଥିଲା। ତେବେ ବୁଚ୍‌ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ତା’ ପରେ କଂଗ୍ରେସ ଦାବି କରିଥିଲା ଯେ, ସେବିର ଯାଞ୍ଚରେ ଥିବା ଗୋଟିଏ କମ୍ପାନୀରୁ ରେଣ୍ଟାଲ ଇନକମ୍‌ (ଭଡ଼ାସୂତ୍ରରୁ ଆୟ)କରିଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କ ଛାଡ଼ିବା ପରେ ମଧ୍ୟ ଏଯାବତ୍‌ ତାହାର ଷ୍ଟକ ଅପ୍‌ସନରୁ ଲାଭ ପାଉଛନ୍ତି। ଏହାର ଜବାବରେ ଆଇସିଆଇସିଆଇ ଜଣାଇଥିଲା ଯେ, ସାଧାରଣ ସେବାନିବୃତ୍ତ ଲାଭ ବ୍ୟତୀତ କୌଣସି ଅର୍ଥ ଦିଆଯାଇ ନାହିଁ। ଏପରି କି ସେବି ମଧ୍ୟରେ, ବିଷୟଗୁଡ଼ିକ ପୂରା ଠିକ୍‌ ନ ଥିଲା। ରିପୋର୍ଟରୁ ଜଣାପଡ଼ିଛି, ତାଙ୍କ କାର୍ଯ୍ୟକାଳ ଶେଷ ବେଳକୁ କର୍ମଚାରୀମାନେ ବେଆଇନ କାର୍ଯ୍ୟ ପାଇଁ ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ସେ ଛାଡ଼ିଲା ପରେ ତାଙ୍କୁ କୌଣସି ବିଦାୟକାଳୀନ ସମ୍ବେର୍ଦ୍ଧନା ଦିଆଯାଇ ନ ଥିଲା। ଏଣୁ ଏହି ଏଫ୍‌ଆଇଆର୍‌ ହେଉଛି ଏକ ଲମ୍ବା ସମୟର ହିସାବ ନା ଉଦ୍ଦେଶ୍ୟମୂଳକ ଭାବେ ଦୃଷ୍ଟି ହଟାଇବା କାର୍ଯ୍ୟ? ଏକ ୩୦ ବର୍ଷ ତଳର ମାମଲାକୁ ଏବେ କାହିଁକି ସାମ୍ନାକୁ ଅଣାଯାଇଛି? ଏହି ଘଟଣାରେ ନିୟାମକ ତ୍ରୁଟି ଓ ବୃହତ୍‌ କ୍ଷମତା ମଧ୍ୟରେ ସଂଘର୍ଷକୁ ଅଧିକ ସୂଚିତ କରୁଛିି କି?
ନେତୃତ୍ୱରେ ଦୁଇ ମହିଳା
ଦିଲ୍ଲୀର କ୍ଷମତା ପରିସରରେ ଏବେ ନୂଆ ଗତିଶୀଳତା ଦେଖିବାକୁ ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସଚିବ ଭାବେ ଆଇଏଏସ୍‌ ଅଧିକାରୀ ମଧୁ ରାଣୀଙ୍କୁ ଟେଓଟିଆ ନିଯୁକ୍ତି ଦିଆଯାଇଛି। ପ୍ରମୁଖ ନେତୃତ୍ୱ ତୁଲାଇବାରେ ଦୁଇ ମହିଳା ରହିବା ଶାସନ ଶୈଳୀରେ ପରିବର୍ତ୍ତନକୁ ସୂଚିତ କରୁଛି କି? ଦିଲ୍ଲୀ ଭଳି ଏକ ଜଟିଳ ସହର ପାଇଁ ଦୃଢ଼ ନେତୃତ୍ୱ ହିଁ ଗୁରୁତ୍ୱପୂର୍ଣ୍ଣ, ଯେଉଁଠି ବହୁ ସମୟରେ ଶାସନ ହିଁ ରାଜ୍ୟ ଓ କେନ୍ଦ୍ରର ଯୁଦ୍ଧ କ୍ଷେତ୍ର ପାଲଟିଛି। ତେବେ ଭାଜପାର ଡବଲ ଇଞ୍ଜିନ ସରକାର ପାଇଁ ଏବେ କୌଣସି ସମସ୍ୟା ଉପୁଜି ନ ପାରେ। ରାଜନୈତିକ ଦକ୍ଷତା ପାଇଁ ରେଖା ଗୁପ୍ତା ବେଶ୍‌ ଜଣାଶୁଣା ଏବଂ ଏବେ ତାଙ୍କ ପାଖରେ ଅଭିଜ୍ଞ ଅମଲାତନ୍ତ୍ରୀ ଟେଓଟିଆ ରହିଲେ। ସେ ପ୍ରଶାସନରେ ବିଶେଷକରି ସ୍ବାସ୍ଥ୍ୟ ନୀତି କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଏଣୁ ସେ ଶାସନରେ ନୀତି ନିର୍ଦ୍ଧାରଣ ତଥା ତାହାର ସଞ୍ଚାଳନ ଦୃଷ୍ଟିକୋଣ ଆପଣାଇ ପାରିବେ। କିନ୍ତୁ ତାହା କ’ଣ ପ୍ରକୃତ ପରିବର୍ତ୍ତନ ଆଣିବ? ଇତିହାସରେ ଦେଖାଯାଇଛି, ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ଉତ୍ତମ ନୀତି ଆଣିବାରେ ମହିଳାଙ୍କ ନେତୃତ୍ୱର ସମ୍ପର୍କ ରହିଛି। ତେବେ ଏହି ଦୁଇ ମହିଳା କ’ଣ ଏସବୁ ବିଷୟକୁ ଅଗ୍ରାଧିକାର ଦେବେ? ପୂର୍ବବର୍ତ୍ତୀ ମହିଳାଙ୍କ ତୁଳନାରେ ସେମାନଙ୍କ ନେତୃତ୍ୱ ଶୈଳୀ ଭିନ୍ନ ହେବ କି? ଆଉ ଏକ ପ୍ରଶ୍ନ ଉଠୁଛି, ଦାୟିତ୍ୱରେ ରହି ଏହି ଦୁଇ ମହିଳା ଦୀର୍ଘଦିନର ଅମଲାତନ୍ତ୍ରିକ ଓ ରାଜନୈତିକ ପଦାନୁକ୍ରମର ମୁକାବିଲା କରିବେ ନା ସେସବୁକୁ ଦୃଢ଼ କରିବେ। ଦିଲ୍ଲୀର ନେତୃତ୍ୱ ନୀତି କୈନ୍ଦ୍ରିକ ହୋଇଥିବାରୁ କ୍ଷମତା ଲଢ଼େଇକୁ ନିୟନ୍ତ୍ରଣ କରିବା ସେମାନଙ୍କ ପାଇଁ ବଡ଼ କାମ।
ଦକ୍ଷତାକୁ ପ୍ରାଥମିକତା
ପୂର୍ବତନ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨( ପିଏସ୍‌-୨) ଭାବେ ନିଯୁକ୍ତ ହୋଇଛନ୍ତି । ପିଏମ୍‌ଓରେ ଡ. ପି.କେ. ମିଶ୍ର ମଧ୍ୟ ପ୍ରମୁଖ ସଚିବ-୧( ପିଏସ୍‌-୧) ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଏହା ଏକ କ୍ରମିକ ପରିବର୍ତ୍ତନ କିମ୍ବା ମିଶ୍ର ଛାଡ଼ିବା ପରେ ତାଙ୍କ ସ୍ଥାନରେ ଦାସ ରହିଥାଆନ୍ତେ କିମ୍ବା ଜଣେ ବିଶ୍ୱସ୍ତ ସହଯୋଗୀ ଭାବେ ଦାସଙ୍କ ନିଯୁକ୍ତି କାର୍ମିକ ବ୍ୟାପାରରେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା ମିଶ୍ରଙ୍କ ସ୍ଥିତିକୁ ମଜଭୁତ କରୁଛି କି, ତାହାକୁ ନେଇ ବାବୁମାନେ ଆଶ୍ଚର୍ଯ୍ୟପ୍ରକଟ କରୁଛନ୍ତି। ବାସ୍ତବରେ ଏହାର ରହସ୍ୟ ସ୍ପଷ୍ଟ ଜଣାପଡ଼ୁନାହିଁ। ତଥାକଥିତ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଜଣେ ମାକ୍ରୋ ଇକୋନୋମିକ୍ସ ବିଶେଷଜ୍ଞଙ୍କ ସହ ବିତ୍ତୀୟ ତଥା ପ୍ରଶାସନିକ କ୍ଷେତ୍ରରେ ସଫଳ ପ୍ରଦର୍ଶନ କରିଥିବା ଜଣେ ଅଧିକାରୀଙ୍କୁ ଆଣିବା ପିଏମ୍‌ଓକୁ ମଜଭୁତ କରିଛି। ଦାସଙ୍କ ବହୁମୁଖୀ ଭାଷାଗତ ପ୍ରତିଭା ଶୀର୍ଷରେ ଥିବା ଜଟିଳ କ୍ଷମତା ଗତିଶୀଳତାକୁ ସଞ୍ଚାଳନ କରିବାରେ ମଧ୍ୟ ସାହାଯ୍ୟ କରିପାରେ। କେତେକେ ଆକଳନ କରନ୍ତି ଯେ, ଏହା ଅର୍ଥ ମନ୍ତ୍ରଣାଳୟର ପ୍ରଭାବକୁ ଦୁର୍ବଳ କରିପାରେ। ଆଉ କେତେଜଣ କହନ୍ତି, ତାମିଲନାଡୁ କ୍ୟାଡରର ଉଭୟ ଦାସ ଓ କ୍ୟାବିନେଟ ସଚିବ ଡ. ଟି.ଭି. ସୋମନାଥନ ଏକାଠି କାମ କରୁଥିବାରୁ ପିଏମ୍‌ଓ ଓ ଅମଲାତନ୍ତ୍ରୀ ମଧ୍ୟରେ ସମନ୍ବୟ ବଢ଼ିପାରେ। ପିଏମ୍‌ଓର ପରାମର୍ଶଦାତାଙ୍କ ଅନୁଯାୟୀ, ସେମାନଙ୍କ ଦାୟିରେ ପରିବର୍ତ୍ତନ ହୋଇପାରେ, କିନ୍ତୁ ତାହା କମିବାର ସମ୍ଭାବନା ନାହିଁ। ବୃହତ୍‌ ଯୋଜନା ବିଷୟକୁ ବିଚାରକୁ ନେଲେ ଜଣାପଡ଼ୁଛି ଯେ, ପିଏମ୍‌ଓରେ ଶାସନକୁ ସୁବ୍ୟବସ୍ଥିତ ଓ ମଜଭୁତ କରିବା ପାଇଁ ମୋଦି ସରକାରଙ୍କର ଏବକାର ପ୍ରୟାସର ଏହି ପଦକ୍ଷେପ ଏକ ଅଂଶ । ଏହା ମଧ୍ୟ ନିଶ୍ଚିତ କରୁଛି ଯେ, ବ୍ୟକ୍ତିଗତ ସ୍ଥିତି ତୁଳନାରେ ଦକ୍ଷତାକୁ ପ୍ରାଥମିକତା ଦିଆଯାଉଛି।
Email: dilipcherian@gmail.com