ଏଠାରେ ଏମିତି ପୋଷାକ ପିନ୍ଧିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ପର୍ଯ୍ୟଟନ ସ୍ଥଳକୁ ଲୋକେ ଯେକୌଣସି ପୋଷାକ ପିନ୍ଧି ଆସିପାରନ୍ତି। କିନ୍ତୁ ଇଟାଲୀରେ ମହିଳାମାନଙ୍କୁ ପର୍ଯ୍ୟଟନ ସ୍ଥାନରେ ବିକ୍‌ନୀ ପିନ୍ଧିବାକୁ ବାରଣ କରାଯାଇଛି। ଯଦି କେହି ଏହା କରନ୍ତି, ତେବେ ତାଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ଜରିମାନା ବାବଦକୁ ସଂପୃକ୍ତ ମହିଳାଙ୍କୁ ୪୦ ହଜାରରୁ ଅଧିକ ଦେୟ ଦେବାକୁ ପଡ଼ିବ।

ଏହି ମାମଲା ଇଟାଲୀର ଉପକୂଳବର୍ତ୍ତୀ ପମ୍ପେଇ ଏବଂ ନାପେଲ୍ସର ଅଟେ। ମେୟରଙ୍କ ଦ୍ୱାରା ଏହି ଆଦେଶ ପାସ୍‌ କରାଯାଇଛି। ସେ ବିଶ୍ୱାସ କରନ୍ତି ଯେ, ଯଦି କେହି ରାସ୍ତାରେ ଅଙ୍ଗ ପ୍ରଦର୍ଶନ କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାସ୍ତବରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା ମହିଳାମାନେ ଏଭଳି ପୋଷାକ ପିନ୍ଧି ଏଠାକୁ ଆସିବା ଉଚିତ୍‌ ନୁହେଁ।

ସ୍ଥାନୀୟ ଲୋକେ କୁହନ୍ତି, ମହିଳାମାନେ କମ୍‌ ପୋଷାକ ପିନ୍ଧି ‘ଅଶ୍ଳୀଳ ଆଚରଣ’ କରନ୍ତି। ଯେଉଁଥିପାଇଁ ଏଠାରେ ଥିବା ଲୋକମାନେ ଅସହଜ ଅନୁଭବ କରନ୍ତି। ଏହାକୁ ଦୃଷ୍ଟିରେ ରଖି ଏଠାରେ ମେୟର ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ମହିଳା ବିକ୍‌ନୀ ପିନ୍ଧି ଅଶ୍ଳୀଳ ଆଚରଣ କରନ୍ତି, ତେବେ ତାଙ୍କୁ ୪୨୫ ପାଉଣ୍ଡ (୪୦ ହଜାର ଟଙ୍କାରୁ ଅଧିକ) ଜରିମାନା କରାଯିବ।