ଜାଣନ୍ତୁ କାହିଁକି ଦେଖାଦିଏ ଗଣ୍ଠିଜନିତ ରୋଗ

ଗଣ୍ଠିଜନିତ ରୋଗ ଯୋଗୁ ଚଳପ୍ରଚଳରେ ଅସୁବିଧା, ଗଣ୍ଠିରେ ଯନ୍ତ୍ରଣା ଓ କାର୍ଯ୍ୟ ନ କରିବା ପରି ଗୁରୁତର ଅବସ୍ଥା ହୋଇଥାଏ। ଯନ୍ତ୍ରଣା ଲାଘବ ପାଇଁ, ଦରଜ କମିବା ଔଷଧ (ପେନ୍‌କିଲର) ଖାଇଲେ ତାହା କ୍ରମଶଃ କିଡ୍‌ନୀ ଖରାପ କରିଥାଏ ଏବଂ ସ୍ଥଳ ବିଶେଷରେ ପାକସ୍ଥଳୀ ଓ ଖାଦ୍ୟନଳୀରେ କ୍ଷତ ଓ ଘାଆ ସୃଷ୍ଟି କରିଥାଏ। ସାଧାରଣତଃ ଶରୀରର ଓଜନ ବହନ କରୁଥିବା ଆଣ୍ଠୁ, ହାତରେ ଉଠାଯାଉଥିବା ସମସ୍ତ ଜିନିଷର ଭାର କାନ୍ଧ, ଶରୀରର ଓଜନ ବହନ କରୁଥିବା, ଚାଲିବା, ଦୌଡ଼ିବା, କୁଦା ମାରିବାରେ ସାହାଯ୍ୟ କରୁଥିବା ନିତମ୍ବ ବା ହିପ୍‌ ଗଣ୍ଠିବାତ ଦ୍ୱାରା ଆକ୍ରାନ୍ତ ହୋଇଥାଏ। ଗଣ୍ଠି ମଧ୍ୟରେ ଥିବା ସାଇଜୋଭିଆଲ ତରଳ ରସରେ ହ୍ରାସ ହେଲେ, ବୟସାଧିକ କାରଣରୁ କ୍ୟାଲ୍‌ସିୟମର ଅଭାବ, ଭିଟାମିନ୍‌-ଡି’ର ଅଭାବ ପାଇଁ ଗଣ୍ଠି ରୋଗ ହୋଇଥାଏ। ଏହା ବ୍ୟତୀତ ଦୁର୍ଘଟଣାରେ ଆଘାତ ଲାଗି ଯଦି ହାଡ଼ଗୁଡ଼ିକୁ ପରସ୍ପର ସହ ଖଞ୍ଜାରେ ବାନ୍ଧି ରଖିଥିବା ତନ୍ତୁ ଛିଡ଼ିଯାଆନ୍ତି, ସଂକ୍ରମିତ ହୁଅନ୍ତି ଅବା ଫୁଲି ଯାଆନ୍ତି ତା’ହେଲେ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ। ଗାଉଟ୍‌ରେ ଗଣ୍ଠିରେ ୟୁରିକ୍‌ ଏସିଡ୍‌ ଜମା ହୋଇ ଗଣ୍ଠିବାତ ସୃଷ୍ଟି କରିଥାଏ। କେତେକ କ୍ଷେତ୍ରରେ ଅଧିକ ମୌଳିକ କ୍ୟାଲ୍‌ସିୟମ ଫସ୍‌ଫେଟ୍‌ ଜମା ହେବା ଦ୍ୱାରା ମଧ୍ୟ ଗଣ୍ଠି ପ୍ରଭାବିତ ହୋଇଥାଏ।

Dharitri –Odisha’s No.1 Trusted Odia Daily