ଗୋଲ୍ଡ ଲୋନ୍‌ ନେବାକୁ ଚାହୁଁଛନ୍ତି କି?ଜାଣନ୍ତୁ କେଉଁ ବ୍ୟାଙ୍କ ସବୁଠାରୁ କମ୍‌ ସୁଧରେ ଦେଉଛି ଲୋନ୍‌

ନୂଆଦିଲ୍ଲୀ, ୯।୧୧: ଜରୁରୀ ପଇସା ଦରକାର ହେଲେ ଅଧିକାଂଶ ଲୋକେ ପର୍ସନାଲ୍ ଲୋନ୍ ନିଅନ୍ତି। ଏହାର କାରଣ ହେଉଛି ବ୍ୟାଙ୍କ୍ ସହଜରେ ଏହା ଦେଇଦିଅନ୍ତି, କାଗଜପତ୍ର କମ୍ ଓ ପଇସା ତୁରନ୍ତ ଆକାଉଣ୍ଟ୍‌କୁ ଆସିଯାଏ। କିନ୍ତୁ ଏହା ଅନସିକ୍ୟୋର୍ଡ୍ ଲୋନ୍ ହେବାରୁ ବ୍ୟାଙ୍କ୍ ମୋଟା ସୁଧ ଆଦାୟ କରନ୍ତି।

ଯଦି ଆପଣଙ୍କ ପାଖରେ ସୁନା ଅଛି, ତେବେ ପର୍ସନାଲ୍ ଲୋନ୍‌ଠାରୁ ବହୁତ କମ୍ ସୁଧରେ ଗୋଲ୍ଡ ଲୋନ୍ ନେଇପାରିବେ। ବ୍ୟାଙ୍କ୍ ଗ{ଗୋଲ୍ଡ ଲୋନ୍ ଅତି ଶୀଘ୍ର ଦେଇଦିଅନ୍ତି। ସୁନାର ମୂଲ୍ୟ ବୃଦ୍ଧିର ଲାଭ ମଧ୍ୟ ଗୋଲ୍ଡ ଲୋନ୍ ଗ୍ରହୀତାଙ୍କୁ ମିଳୁଛି। ବ୍ୟାଙ୍କ୍ ପୂର୍ବାପେକ୍ଷା ଅଧିକ ଋଣ ଦେଉଛନ୍ତି। ଆସନ୍ତୁ ଜାଣିବା, କେଉଁ ବ୍ୟାଙ୍କ୍ ସବୁଠାରୁ କମ୍ ସୁଧରେ ଗୋଲ୍ଡ ଲୋନ୍ ଦେଉଛି।

ଏସ୍‌ବିଆଇରେ ସୁଧ ହାର କେତେ?
ଦେଶର ସବୁଠାରୁ ବଡ଼ ସାର୍ବଜନିକ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍‌ବିଆଇ) ୧ ବର୍ଷର ଅବଧି ସହିତ ୧ ଲକ୍ଷ ଟଙ୍କାର ଗୋଲ୍ଡ ଲୋନ୍କୁ ୧୦%ରୁ ଆରମ୍ଭ ସୁଧ ହାରରେ ଦେଉଛି। ଏହାର ମାସିକ ଇଏମ୍‌ଆଇ ₹୮,୭୯୨ ହେବ। ବ୍ୟାଙ୍କ୍ ଅଫ୍ ବଡୌଦାବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୧ ବର୍ଷର ଅବଧି ସହିତ ୧ ଲକ୍ଷ ଟଙ୍କାର ଗୋଲ୍ଡ ଲୋନ୍କୁ ୯.୪୦% ସୁଧରେ ଦେଉଛନ୍ତି। ମାସିକ ଇଏମ୍‌ଆଇ ₹୮,୭୬୪
ପିଏନ୍‌ବିରେ ସବୁଠାରୁ କମ୍ ସୁଧ:
ବର୍ତ୍ତମାନ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ (ପିଏନ୍‌ବି) ୮.୩୫%ରୁ ଆରମ୍ଭ ସୁଧ ହାରରେ ଗୋଲ୍ଡ ଲୋନ୍ ଦେଉଛି – ଏହା ସବୁଠାରୁ କମ୍। ୧ ବର୍ଷର ଅବଧି ସହିତ ୧ ଲକ୍ଷ ଟଙ୍କାର ଋଣରେ ମାସିକ ଇଏମ୍‌ଆଇ ₹୮,୭୧୫ଇଣ୍ଡିଆନ୍ ବ୍ୟାଙ୍କ୍ଆଇସିଆଇସିଆଇ ବ୍ୟାଙ୍କ୍ ୧ ଲକ୍ଷ ଟଙ୍କାର ଗୋଲ୍ଡ ଲୋନ୍କୁ ୮.୭୫% ସୁଧରେ ଦେଉଛନ୍ତି। ମାସିକ ଇଏମ୍‌ଆଇ ₹୮,୭୩୪
କେନରା ବ୍ୟାଙ୍କ୍ ଓ କୋଟକ୍ ମହିନ୍ଦ୍ରାରେ ସୁଧ ହାର
କେନରା ବ୍ୟାଙ୍କ୍ ୮.୯୫% ସୁଧରେ ଗୋଲ୍ଡ ଲୋନ୍ ଦେଉଛି। ୧ ଲକ୍ଷ ଟଙ୍କାର ଋଣରେ ମାସିକ ଇଏମ୍‌ଆଇ ₹୮,୭୪୩କୋଟକ୍ ମହିନ୍ଦ୍ରା ବ୍ୟାଙ୍କ୍ ୯%ରୁ ଆରମ୍ଭ ସୁଧରେ ଗୋଲ୍ଡ ଲୋନ୍ ଦେଉଛି। ୧ ଲକ୍ଷ ଟଙ୍କାର ଋଣରେ ମାସିକ ଇଏମ୍‌ଆଇ ₹୮,୭୪୫
ଏଚ୍‌ଡିଏଫ୍‌ସି ଓ ଆକ୍ସିସ୍‌ରେ ଇଏମ୍‌ଆଇ କେତେ?

ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍ ୧ ଲକ୍ଷ ଟଙ୍କାର ଗୋଲ୍ଡ ଲୋନ୍କୁ ୯.୩୦%ରୁ ଆରମ୍ଭ ସୁଧରେ ଦେଉଛି। ମାସିକ ଇଏମ୍‌ଆଇ ₹୮,୭୫୯ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୯.୬୫% ସୁଧରେ ଗୋଲ୍ଡ ଲୋନ୍ ଦେଉଛି। ମାସିକ ଇଏମ୍‌ଆଇ ₹୮,୭୭୫ଆକ୍ସିସ୍ ବ୍ୟାଙ୍କ୍ ୯.୭୫% ସୁଧରେ ଗୋଲ୍ଡ ଲୋନ୍ ଦେଉଛି। ମାସିକ ଇଏମ୍‌ଆଇ ₹୮,୭୮୦

Dharitri – Odisha’s No.1 Odia Daily