Categories: Home Leftଖେଳ

ଆଥ୍‌ଲେଟଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର, ୧୯।୧୨ (ତପନ ସ୍ବାଇଁ): ନିକଟ ଅତୀତରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶା ଆଥଲେଟ୍‌ଙ୍କୁ  କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି। କଳିଙ୍ଗ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ନିକଟରେ ଶେଷ ହୋଇଥିବା ଖେଲୋ ଇଣ୍ଡିଆ ପାରା ଗେମ୍ସରେ ୧୧ ପଦକ ଜିତିଥିବା ଆଥଲେଟ୍‌ଙ୍କୁ ମିଶାଇ ୭ ବିଭିନ୍ନ ବିଭାଗର କୃତୀ କ୍ରୀଡ଼ାବିତ୍‌ଙ୍କୁ ୨୪,୧୫,୫୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି। ଆଥଲେଟ୍‌ଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସଫଳତା ପାଇଁ ଓଡ଼ିଶା ଗର୍ବିତ ବୋଲି କ୍ରୀଡ଼ାମନ୍ତ୍ରୀ ପ୍ରକାଶ କରିଛନ୍ତି।
ଖେଲୋ ଇଣ୍ଡିଆ ପାରା ଗେମ୍ସରେ ପାରା ଆଥଲେଟ୍‌ ଜୟନ୍ତି ବେହେରା ୩ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେଣୁ ତାଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପଙ୍କଜ ଭୁଏ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ରୌପ୍ୟ ପାଇଥିବାରୁ ୧ ଲକ୍ଷ ୭୫ ହଜାର ଟଙ୍କା ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁଚିତ୍ରା ପରିଡ଼ା ୧ ଲକ୍ଷ, ମଙ୍ଗତ ହେମ୍ବ୍ରମ ଓ ଅର୍ଜୁନ ଭତ୍ରା ୫୦,୦୦୦ ଲେଖାଏ, ଗଦାଧର ସାହୁ ୧ ଲକ୍ଷ ଓ ଚନ୍ଦନ କୁମାର ବେହେରା ଓ ଦୀପ ରଞ୍ଜନ ବିଷୋୟୀ ୫୦,୦୦୦ ଟଙ୍କା ଲେଖାଏ ପାଇଛନ୍ତି। ଓ୍ବାଲର୍‌ଡ ବଡି ବିଲ୍ଡିଂ ଆଣ୍ଡ ଫିଜିକ୍‌ ସ୍ପୋଟର୍‌ସ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ପାଇଥିବା ନାରାୟଣ ବାରିକଙ୍କୁ ୭ ଲକ୍ଷ ଟଙ୍କା ଏବଂ ବ୍ରୋଞ୍ଜ ବିଜୟୀ ଅମିତ କୁମାର ଭୂୟାଁଙ୍କୁ ୩ ଲକ୍ଷ ଟଙ୍କା ଦିଆ ଯାଇଛି। ସ୍ପେଶାଲ ଅଲିମ୍ପିକ୍ସ ଭାରତ ଆଥଲେଟ୍‌ ସିପ୍ରା ପ୍ରିୟଦର୍ଶିନୀଙ୍କୁ ୪୦,୦୦୦ ଟଙ୍କା ମିଳିଛି। ରଗ୍‌ବୀ ଖେଳାଳି ମାମାଲି ସିଂ ଓ ରିତୁ ମାଝିଙ୍କୁ ୪୧,୫୦୦ ଟଙ୍କା ଲେଖାଏ ଏବଂ ଚରଣ ହେମ୍ବ୍ରମ ଓ ଧରନନ୍ଦ ବିଶ୍ୱାଳଙ୍କୁ ୫୦୦୦ ଲେଖାଏ ପ୍ରଦାନ କରାଯାଇଛି। ସେହିପରି ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରଗତି ପରିଡ଼ାଙ୍କୁ ୧୩,୫୦୦ ଓ ୮,୫୦୦ ଏବଂ ବିସାଖା ଟପ୍ନୋ ଓ ବାପୁନ ରାଉତଙ୍କୁ ଯଥାକ୍ରମେ ୧୩,୫୦୦ ଓ ୧୦,୦୦୦ ଟଙ୍କା ଦିଆ ଯାଇଛି। ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ପଦକ ଜିତିଥିବା ପ୍ରଜ୍ଞା ପାରମିତା ସାହୁ ଓ ଅନିମେଶ କୁଜୁରଙ୍କୁ ୬୦,୦୦୦ ଲେଖାଏ ଏବଂ ଲାଲୁ ପ୍ରସାଦ ଭୋଇ, ଡି.ଏମ. ଜୟରାମ, ଆର୍ଯ୍ୟନ ଏକ୍କା ଓ ଅମିୟ ମଲିକଙ୍କୁ ୨୦,୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଫୁଟବଲର ଏ. ଡିବ ପ୍ରସାଦ ଓ ରାଜା ହରିଜନଙ୍କୁ ୫୦,୦୦୦ ଟଙ୍କା ଲେଖାଏ ପୁରସ୍କାର ଆକାରରେ ଦିଆ ଯାଇଛି।