ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତ ବୋରିଗାଁ ଗ୍ରାମର ଗୌତମ ଦାସ( ୧୭ବର୍ଷ)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି l ତେବେ ପରିବାରରେ ଆର୍ଥିକ ସଙ୍କଟ ଯୋଗୁ ମୃତ ଗୌତମ ରାଜସ୍ଥାନରେ ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିଲେ l ହେଲେ ସେଠାରେ ତାଙ୍କର ଦୁର୍ଘଟଣାରେ ମୃତ୍ୟ ଘଟିଥିବା ଖବର ପ୍ରଚାରିତ ହେବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିଲା। ଏନେଇ ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ l ପରେ ଏବିଡିଓଙ୍କ ସହ ସମିତି ସଭ୍ୟ ଧ୍ରୁବ ମୃତକଙ୍କ ଘରକୁ ଯାଇ ୩ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଛନ୍ତି l ଏହି ଅବସରରେ ବ୍ଲକ ଏବିଡିଓ ଭବାନୀ ଶଙ୍କର ପ୍ରଧାନ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l

Share