ନୂଆଦିଲ୍ଲୀ,୧ା୨: ରବିବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ବଜେଟ୍ ୨୦୨୬-୨୭ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ବଜେଟ୍ ଉପସ୍ଥାପନ କରିଛନ୍ତି। ଲଗାତର ୯ମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ। ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ତଥ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ।
ଆଜିର ଏହି ବଜେଟ୍ରେ ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜ ପଦକ୍ଷେପର ପ୍ରସ୍ତାବ ଦେଉଛନ୍ତି। ଏହା ବୁଣାକାର ଏବଂ କୁଟୀର ଶିଳ୍ପକୁ ଲାଭ ଦେବ। ଗରିବ ଗ୍ରାମୀଣ ଯୁବକମାନେ ଉପକୃତ ହେବେ। ଭାରତରେ କ୍ରୀଡ଼ା ସମ୍ବନ୍ଧୀୟ ଉତ୍ପାଦ ବିକଶିତ କରିବାର ସମ୍ଭାବନା ରହିଛି।
ଦକ୍ଷତା ଏବଂ ଉତ୍ପାଦନ ଗୁଣବତ୍ତା ଉନ୍ନତ କରିବା ସହିତ ବିଶ୍ୱ ବଜାର ପ୍ରବେଶ ଏବଂ ବ୍ରାଣ୍ଡିଂକୁ ବୃଦ୍ଧି କରି ଖଦି, ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରକୁ ସମର୍ଥନ କରିବା ପାଇଁ ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜ ପଦକ୍ଷେପ ପାଇଁ ଅଥମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।
ଏହି ପଦକ୍ଷେପ ବୁଣାକାର, ଗ୍ରାମ ଶିଳ୍ପ, ଏକ ଜିଲା ଏକ ଉତ୍ପାଦ (ODOP) ଯୋଜନା ଏବଂ ଗ୍ରାମୀଣ ଯୁବପିଢ଼ିଙ୍କୁ ଲାଭ ପହଞ୍ଚାଇବାର ଆଶା କରାଯାଉଛି।
ଅର୍ଥମନ୍ତ୍ରୀ କହିଛନ୍ତି, କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ୍। ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍କା ସାଥ୍ ସବ୍କା ବିକାଶ। ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦେଉଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଦଣ୍ଡାତ୍ମକ ଶୁଳ୍କ ଲଗାଇଥିବାବେଳେ ବ୍ୟାପକ ଆୟକର ଏବଂ ଜିଏସ୍ଟି ହ୍ରାସ, ଭିତ୍ତିଭୂମିରେ ବ୍ୟୟ ଏବଂ ରିଜର୍ଭ ବ୍ୟାଙ୍କର ସୁଧ ହାର ହ୍ରାସ ଭଳି ପଦକ୍ଷେପ ଯୋଗୁ ଭାରତୀୟ ଅର୍ଥନୀତି ଅତୁଟ ରହିଛି। ସ୍ଥାୟୀ ଅଭିବୃଦ୍ଧି ଧାରା ବଜାୟ ରଖିବା ନିମନ୍ତେ ସେ ବଜେଟରେ କେତେକ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି।