ଦେଇପାରିଲେନି ୧୭ କୋଟି ଜରିମାନା: ଚଢ଼ାଉ କରୁଛି ଇଡି, ସିଲ୍‌ ହୋଇଯିବ

ବୈଶିଙ୍ଗା,୨୦।୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଡାହିସାହି ଗ୍ରାମରେ ଇଡି ପକ୍ଷରୁ ବଡ଼ ଧରଣର ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ମୁତାବକ ଉକ୍ତ ଗ୍ରାମର ପ୍ରଦୀପ ବିନ୍ଧାଣିଙ୍କ ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ସହିତ ତାଙ୍କ ବାସଭବନରେ ଭୁବନେଶ୍ୱରରୁ ଆସିଥିବା ଦୁଇଟି ଟିମ୍‌ର ୨୦ ଜଣ ଅଧିକାରୀ ଏକକାଳୀନ ଚଢ଼ଉ ଜାରି ରଖିଛନ୍ତି।
ଦୁଇବର୍ଷ ତଳେ ବୁଢାବଳଙ୍ଗ ନଦୀରୁ ବାଲି ଚୋରାଚାଲାଣ ସମୟରେ ଏନଜିଟି (ନ୍ୟାସନାଲ ଗ୍ରୀନ ଟ୍ରବ୍ୟୁନାଲ) ହାବୁଡ଼ରେ ପଡ଼ିଥିଲେ। ତାଙ୍କ ଜେସିବି, ଟ୍ରାକ୍ଟର ଓ ଡମ୍ପର ଜବତ୍‌ ସହ ତାଙ୍କୁ ଗିରଫ କରାଯାଇଥିଲା। ପରେ ଏନ୍‌ଜିଟି ଏହାର ବିଚାର କରି ୧୭ କୋଟି ଟଙ୍କା ଜରିମାନା କରିଥିଲେ। ତେବେ ଜରିମାନା ଅର୍ଥ ଯୋଗାଡ଼ ପାଇଁ ଏକ ବର୍ଷ ସମୟ ଆବେଦନ କରିବା ପରେ ତାଙ୍କୁ ଜାମିନ ମିଳିଥିଲା। ତାଙ୍କ କଣ୍ଟ ପୁରିଯିବା ପରେ ମଧ୍ୟ ଜରିମାନା ଅର୍ଥ ଜମା କରିବାରେ ଅସମର୍ଥ ହେବାରୁ  ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ତେବେ ତାଙ୍କର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସମସ୍ତ ସମ୍ପତ୍ତି ସିଲ୍‌ କରାଯିବ ବୋଲି ସୂଚନା ମିଳିଛି।
Dharitri – Odisha’s No.1 Odia Daily