Categories: Home Leftଖେଳ

ଅନ୍ତିମ ଆଶେସ ଆଶେସ: ଇଂଲଣ୍ଡ ୩୮୪, ଅଷ୍ଟ୍ରେଲିଆ ୧୬୬/୨

ସିଡ୍‌ନୀ,୫ା୧: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ଜୋ ରୁଟ୍‌ଙ୍କ ଶତକ ବଳରେ ୩୮୪ ରନରେ ଅଲଆଉଟ୍‌ ହୋଇଛି। ଜବାବରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨ ଉଇକେଟ ହରାଇ ୧୬୬ ରନ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଟ୍ରାଭିସ ହେଡ୍‌ ୯୧ ଓ ମାଇକେଲ ନେସର ୧ ରନରେ ଅପରାଜିତ ରହିଛନ୍ତି। ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୧୮ ରନରେ ପଛରେ ଥିବା ବେଳେ ହାତରେ ୮ ଉଇକେଟ ସୁରକ୍ଷିତ ରଖିଛି।

ମ୍ୟାଚ୍‌ରେ ରୁଟ୍‌ ତାଙ୍କ କ୍ୟାରିୟରର ୪୧ତମ ଟେଷ୍ଟ ଶତକ ସହ ସର୍ୱାଧିକ ଟେଷ୍ଟ ଶତକ ହାସଲକାରୀ ବ୍ୟାଟରଙ୍କ ତାଲିକାରେ ଅଷ୍ଟ୍ରେଲିଆର ପୂର୍ୱତନ ଅଧିନାୟକ ରିକି ପଣ୍ଟିଂଙ୍କ ସହ ସମକକ୍ଷ ହୋଇଛନ୍ତି। ସେ ଏବେ କେବଳ ସଚିନ ତେନ୍ଦୁଲକର (୫୧) ଓ ଜ୍ୟାକ୍ସ କାଲିସ (୪୫)ଙ୍କ ପଛରେ ରହିଛନ୍ତି।

ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୧୧/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା। ପୂର୍ୱଦିନ ଅପରାଜିତ ଥିବା ବ୍ୟାଟର ରୁଟ୍‌ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବା ବେଳେ ହ୍ୟାରୀ ବ୍ରୁକ ୮୪ ରନ କରି ଦିନର ପ୍ରଥମ ବ୍ୟାଟର ଭାବେ ଆଉଟ୍‌ ହୋଇଥିଲେ। ତାଙ୍କ ପରେ କ୍ରିଜ୍‌କୁ ଆସିଥିବା ବେନ ଷ୍ଟୋକ୍ସ ଖାତା ଖୋଲିବା ପୂର୍ୱରୁ ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ୍‌ ହୋଇଥିଲେ।

ଚଳିତ ସିରିଜ୍‌ରେ ଷ୍ଟୋକ୍ସ ପଞ୍ଚମ ଥର ପାଇଁ ଷ୍ଟାର୍କଙ୍କ ବଲରେ ଆଉଟ୍‌ ହୋଇଥିଲେ। ଏହାପରେ ରୁଟ୍‌ ଓ ଜେମି ସ୍ମିଥ ଦଳୀୟ ସ୍କୋରରେ ସପ୍ତମ ଉଇକେଟରେ ୯୪ ରନ ଯୋଡ଼ିଥିଲେ। ଏହା ମଧ୍ୟରେ ରୁଟ୍‌ ଶତକ ପୂରଣ କରିଥିଲେ, ଯାହାକି ଚଳିତ ସିରିଜ୍‌ରେ ତାଙ୍କର ଦ୍ୱିତୀୟ ଶତକ ଥିଲା।

Share