ପରଦା ଉପରେ ଅଭିନୟ କରୁଥିବା କଳାକାରଙ୍କ ହସକାନ୍ଦ ଆପଣ ଦେଖିଥିବେ । କିନ୍ତୁ ସେମାନଙ୍କ ଜୀବନରେ ଘଟୁଥିବା ଅନେକ ଘଟଣାବଳୀ ବାବଦରେ ଅବଗତ ନଥିବେ । ଆଜି ଆମେ ଏପରି ଜଣେ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ ଯିଏ ବହୁତ କମ୍ ବୟସରେ ସିନେମା ଜଗତରେ ପ୍ରବେଶ କରିଥିଲେ । ତାଙ୍କଠାରୁ ୧୫ ବର୍ଷ ବଡ଼ ଜଣେ ସୁପରଷ୍ଟାର ଅଭିନେତାଙ୍କୁ ବିବାହ କରିଥିଲେ ଓ ସିନେମା ଜଗତରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଥିଲେ।
ସେ ଆଉ କେହି ନୁହଁନ୍ତି ବରଂ ବଲିଉଡ୍ ଅଭିନେତ୍ରୀ ଡିମ୍ପଲ୍ କପାଡିଆ। ଡିମ୍ପଲ୍ କପାଡିଆଙ୍କ ଜନ୍ମ ୧୯୫୭ ମସିହାରେ ମୁମ୍ବାଇରେ ହୋଇଥିଲା। ଡିମ୍ପଲ୍ ଗୋଟିଏ ଧନୀ ଗୁଜୁରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପ୍ରସିଦ୍ଧ ବଲିଉଡ୍ ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜ କପୁର ଡିମ୍ପଲ୍ କପାଡିଆଙ୍କୁ ଦେଖି ତାଙ୍କ ଫିଲ୍ମରେ ନେଇଥିଲେ।
ଫଳସ୍ୱରୂପ, ଡିମ୍ପଲ୍ କପାଡିଆ ୧୯୭୧ ମସିହାରେ ରାଜ କପୁରଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ‘ବବି’ରେ ଜଣେ ଅଭିନେତ୍ରୀ ଭାବରେ ଡେବ୍ୟୁ କରିଥିଲେ। ଡିମ୍ପଲ୍ କପାଡିଆ ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସେତେବେଳେ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା। ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା ଓ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଥିଲା ଓ ଡିମ୍ପଲ୍ କପାଡିଆଙ୍କ ଅଭିନୟକୁ ପ୍ରଶଂସା ମିଳିଥିଲା।
ବଲିଉଡ ସୁପରଷ୍ଟାର ଅଭିନେତା ରାଜେଶ ଖାନ୍ନା ଡିମ୍ପଲ କପାଡିଆଙ୍କୁ ଦେଖିବା ପରେ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଦୁହେଁ ଡେଟିଂ ଆରମ୍ଭ କରିଥିଲେ ଓ ୧୯୭୩ ମସିହାରେ ବିବାହ କରିଥିଲେ। ସେତେବେଳେ ଡିମ୍ପଲ ୧୫ ବର୍ଷ ବୟସର ଥିଲେ। ରାଜେଶ ଖାନ୍ନାଙ୍କ ବୟସ ୩୦ ବର୍ଷ ଥିଲା। ଦୁହିଁଙ୍କ ମଧ୍ୟରେ ପ୍ରାୟ ୧୫ ବର୍ଷ ବୟସର ପାର୍ଥକ୍ୟ ଥିଲା। ପରବର୍ଷ, ୧୬ ବର୍ଷ ବୟସରେ, ଡିମ୍ପଲ କପାଡିଆ ଗର୍ଭବତୀ ହୋଇଥିଲେ।
ଯଦିଓ ତାଙ୍କର ପ୍ରଥମ ଫିଲ୍ମ ‘ବବି’ ସୁପରହିଟ୍ ହୋଇଥିଲା, ରାଜେଶ ଖାନ୍ନା ତାଙ୍କୁ ପରବର୍ତ୍ତୀ ଫିଲ୍ମରେ ଅଭିନୟ କରିବାରୁ ନିଷେଧ କରିଥିଲେ। ଏହା ପରେ ଡିମ୍ପଲ କପାଡିଆ ୧୦ ବର୍ଷ ପର୍ଯ୍ୟନ୍ତ ଫିଲ୍ମରେ ଅଭିନୟ କରିବାରୁ ଦୂରେଇ ରହିଥିଲେ।
ରାଜେଶ ଖାନ୍ନା ଓ ଡିମ୍ପଲ କପାଡିଆଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା ଯାହାର ନାମ ଟ୍ୱିଙ୍କଲ ଖାନ୍ନା। ସେ ବି ଜଣେ ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ। କିନ୍ତୁ, ଡିମ୍ପଲ ଓ ରାଜେଶଙ୍କ ବୈବାହିକ ଜୀବନ ସୁଗମ ନଥିଲା। ବାରମ୍ବାର ସମସ୍ୟା ହୋଇଥିଲା। ୯ ବର୍ଷର ବିବାହ ପରେ, ୧୯୮୨ ମସିହାରେ ଦୁହେଁ ଛାଡପତ୍ର ନେଇଥିଲେ।