Categories: Home Leftଖେଳ

୧୨ ବର୍ଷ ବ୍ୟବଧାନ ପରେ ଭାରତକୁ ଫେରିଛି ଫିଫା ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୧୦।୧: ଜୁନ ୧୧ ତାରିଖରୁ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ ଟୁରର ଅଂଶବିଶେଷ ଭାବେ ଟ୍ରଫି ଶନିବାର ଭାରତରେ ପହଞ୍ଚିଛି। ୩ ଦିନିଆ ଭାରତ ଟୁରରେ ପ୍ରଥମ ଦୁଇ ଦିନ ଟ୍ରଫି ଦିଲ୍ଲୀରେ ପ୍ରଦର୍ଶିତ କରାଯିବ। ଅନ୍ତିମ ଦିନ ଗୁଆହାଟୀରେ ପ୍ରଦର୍ଶନୀ ପାଇଁ ରଖାଯିବ।

ଟ୍ରଫି ଉନ୍ମୋଚନ ଅବସରରେ ବ୍ରାଜିଲର ବିଶ୍ୱକପ୍‌ ବିଜେତା ଗିଲବେର୍ଟୋ ଡି ସିଲଭା ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଉପସ୍ଥିତ ଥିଲେ। ବିଶ୍ୱକପ୍‌ ଟ୍ରଫି ପ୍ରାୟ ୧୨ ବର୍ଷର ବ୍ୟବଧାନ ପରେ ଭାରତକୁ ଫେରିଛି। ଏହି ଟ୍ରଫି ଟୁରକୁ ବିଶ୍ୱର ଅଗ୍ରଣୀ ମୃଦୁପାନୀୟ କମ୍ପାନୀ କୋକା-କୋଲା ଦ୍ୱାରା କରାଯାଉଛି, ଯାହାକି ଫିଫା ବିଶ୍ୱକପ୍‌ର ଆନୁଷ୍ଠାନିକ ପାର୍ଟନର। ୧୮ କ୍ୟାରେଟ ସୁନାରେ ପ୍ରସ୍ତୁତ ଏହି ଟ୍ରଫିର ଓଜନ ୬.୧୭୫ କେଜି। ଏହାକୁ ୧୯୭୪ରେ ଡିଜାଇନ କରାଯାଇଥିଲା।