ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ ଉତ୍ସବ ପାଳନ ହୋଇଯାଇଛି। ଏହି ପାଳନ ଅବସରେ ରାଜ୍ୟ ସରକାରଙ୍କ ଏକ ପ୍ରବେଶ ଉତ୍ସବ ରଥକୁ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ସମିତି ସଭ୍ୟ ବାଳକୃଷ୍ଣ ମଲ୍ଲିକ, ସରପଞ୍ଚ ସୁନିତା ମଳିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ରଥକୁ ଧୂପ, ଦୀପ ଦେଇ ପୂଜା କରିବାପରେ ପାଞ୍ଚଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ କଲମ ଏବଂ ମିଠେଇ ବଣ୍ଟନ କରି ଅତି ସୁନ୍ଦର ଭାବେ ପାଳନ କରାଯାଇଥିଲା।ଆଗାମୀ ଦିନରେ ବିଦ୍ୟାଳୟରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ କିଭଳି ସୁସମ୍ପର୍କ ଗଢ଼ି ଉଠିବ ଏକ ପ୍ରକାର ପ୍ରୟାସ ଜାରି ରହିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଛାତ୍ରୀଛାତ୍ରମାନେ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା ।

Dharitri – Odisha’s No.1 Odia Daily

Share